କରୋନା କଟକଣା ଯୋଗୁ ବର୍ତ୍ତମାନ ଗୁମୁଡ଼ାସ୍ଥିତ ଘରେ ପରିବାରବର୍ଗଙ୍କ ସହିତ ରହୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ପୂର୍ବରୁ ମଧ୍ୟ ସେ ଅଧିକାଂଶ ସମୟ ଘରେ ରହୁଥିବାରୁ ତାଙ୍କ ଜୀବନଶୈଳୀରେ କରୋନା କଟକଣା ସେତେଟା ପ୍ରଭାବ ପକାଇ ପାରିନାହିଁ। ଏବେ ଦିନସାରା ଘରେ ରହୁଥିବାରୁ ବିଭିନ୍ନ ସାମଗ୍ରୀରୁ ସେ ଶବ୍ଦତରଙ୍ଗ ସୃଷ୍ଟି କରି ନୂଆ ନୂଆ ବାଦ୍ୟସଂଗୀତ ରଚନା କରୁଛନ୍ତି।
ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ' ପ୍ରାୟ ୨୫ଟି ଭିନ୍ନଭିନ୍ନ ସାମଗ୍ରୀରୁ ବାଦ୍ୟସଂଗୀତ ସୃଷ୍ଟି କରି ମୋବାଇଲ୍ରେ ରେକର୍ଡ କରିଛି। ଯାହାକି ଆଗାମୀ ଦିନରେ ୟୁ-ଟ୍ୟୁବ୍ରେ ଅପଲୋଡ୍ କରିବି। ଗଞ୍ଜାମ, କୋରାପୁଟ, ଶ୍ରୀକାକୁଲମ୍ ଜିଲ୍ଲା ବିଭିନ୍ନ ଅଞ୍ଚଳର ଆଦି(ଆଦିବାସୀ) ସଂଗୀତ ଉପରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି। ପୂର୍ବରୁ ବିଭିନ୍ନ ଜିଲ୍ଲାର ଐତିହାସିକ ତଥା ପ୍ରଚୀନ ପର୍ଯ୍ୟଟନସ୍ଥଳୀ ଭ୍ରମଣ ସମୟରେ ମିଳିଥିବା ସୂଚନାକୁ ଅଧାର କରି ବିଭିନ୍ନ ପ୍ରକାର ବାଦ୍ୟସଂଗୀତ ସୃଷ୍ଟି କରୁଛି।'
'ମୋଟାମୋଟି ଭାବେ କହିବାକୁ ଗଲେ ମୋର ବ୍ୟକ୍ତିଗତ ଜୀବନଶୈଳୀରେ ସେମିତି କିଛି ଖାସ୍ ପରିବର୍ତ୍ତନ ଆସିନାହିଁ। କିନ୍ତୁ ବର୍ତ୍ତମାନ ମିଳୁଥିବା ସମୟକୁ ଘରେ ବସି ସଦ୍ଉପଯୋଗ କରୁଛି,' ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି।
Follow Us