ଦେଖନ୍ତୁ ବିନା ସାହାରାରେ କିପରି କାନ୍ଥରେ ଚଢ଼ି ଯାଉଛି ଶିଶୁ

Advertisment
ଦେଖନ୍ତୁ ବିନା ସାହାରାରେ କିପରି କାନ୍ଥରେ ଚଢ଼ି ଯାଉଛି ଶିଶୁ

ନୂଆଦିଲ୍ଲୀ: ଶିଶୁ ଜଣକ ସ୍ପାଇଡର ମ୍ୟାନ ଭଳି କାନ୍ଥରେ ଚଢ଼ି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୫୫ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଶିଶୁ ଜଣକ କିଛି ବି ସାହାରା ନନେଇ କାନ୍ଥରେ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଆପଣ ଦେଖି ପାରୁଥିବେ ଶିଶୁଜଣକ କାନ୍ଥରେ ଚଢ଼ିବା ପାଇଁ ନିଜ ହାତ ଓ ଗୋଡ଼ର ସାହାଯ୍ୟ ନେଉଛି।

କାନ୍ଥର ଶୀର୍ଷରେ ପହଞ୍ଚିଯିବା ପରେ ସେ ନିଜର ଗୋଡ଼କୁ କାନ୍ଥରୁ ବାହାର କରି ଦେଉଛି। କିଛି ସମୟ ପାଇଁ ପବନରେ ସେମିତି ରହିଥିଲା। ଶେଷରେ ଅଧା କାନ୍ଥ ଯାଏଁ ଓହ୍ଲାଇ ଆସିବା ପରେ ଚଟାଣକୁ ଡେଇଁ ପଡ଼ିଥିଲାା।

ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବେଶ ପସନ୍ଦ କରୁଛନ୍ତି। ଏଯାବତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe