Image Courtesy of The New Indian Express
ପଲକ୍କଡ଼: ଚଳଚ୍ଚିତ୍ରରେ ଭୂମିକାଟିଏ ପାଇଥିଲେ ଜଣେ ଦୃଷ୍ଟିହୀନ ଶିକ୍ଷକ। ଡିଜିଟାଲ୍ ଯୁଗ ସେ ଚଳଚ୍ଚିତ୍ରର ପ୍ରମୋକୁ ନେଇ ପହଞ୍ଚାଇଲା ଉତ୍ତର ଭାରତରେ। ସେଠାରେ ମଧ୍ୟପ୍ରଦେଶର ଗୋଆଲିଅରରେ ଶିକ୍ଷୟିତ୍ରୀ ଥିବା ଜଣେ ମାଲୟାଲୀ ଝିଅ ସେ ନାୟକଙ୍କୁ ପ୍ରେମ କରି ବସିଲେ।
ଆପଣା ପସନ୍ଦ କଥା ଝିଅଟି ତା’ର ପରିବାରକୁ ବୁଝାଇଲେ ଏବଂ କୋଭିଡ୍ ନିୟମ ଯୋଗୁଁ ସର୍ବନିମ୍ନ ଲୋକଙ୍କ ଉପସ୍ଥିତିରେ ଉଭୟଙ୍କର ବିବାହ ସମ୍ପନ୍ନ ହେଲା।
ମାଲୟାଲୀ ସିନେମା ‘ତାହିରା’ରେ ଅଭିନୟ କରିଥିବା ଜନ୍ମାନ୍ଧ ଶିକ୍ଷକ କ୍ଲିଣ୍ଟ୍ ମାଥ୍ୟୁଙ୍କୁ ଜୁଲାଇ ୧୧ ତାରିଖରେ ଶ୍ରୀକୃଷ୍ଣପୁରମ୍ସ୍ଥିତ ସେଣ୍ଟ୍ ଜୋସେଫ ଗୀର୍ଜାରେ ବିବାହ କରିଥିବା ଝିଅଟି ହେଉଛନ୍ତି ତ୍ରିସୁର ଅନ୍ତର୍ଗତ ମାନ୍ନୁତିର ଜୋସି ଆଣ୍ଟୋନି।
କ୍ଲିଣ୍ଟ୍ କହନ୍ତି, ବଗିଚା ଶ୍ରମିକ ଭାବେ କାମ କରୁଥିବା ବାପା କେ ଏମ୍ ମାଥ୍ୟୁ ଏବଂ ମାଆ ଫିଲୋମିଆଙ୍କ କନିଷ୍ଠ ସନ୍ତାନରୂପେ ମୁଁ ମାଲପୁରମ୍ ଜିଲ୍ଲାର ନେନ୍ମେଇ ଗାଁର ପାନ୍ତାଲ୍ଲୁର୍ ପର୍ବତ ଅଞ୍ଚଳରେ ଲାଳିତପାଳିତ ହୋଇଛି। ୨୦୧୪ରେ ଶ୍ରୀକୃଷ୍ଣପୁର ପାଖ କୋଟ୍ଟାପୁରମ୍ ଠାରେ ଥିବା ‘ହେଲେନ୍ କେଲର୍ ଦୃଷ୍ଟିହୀନ ବିଦ୍ୟାଳୟ’ରେ ସହକାରୀ ଶିକ୍ଷକ ଭାବେ ଅବସ୍ଥାପିତ ହେବା ପରେ ସାଧାରଣ ଝିଅଟିଏ ବାହା ହେବାକୁ ଚାହିଁଲି। ବହୁ ପ୍ରସ୍ତାବ ଆସିଥିଲେ ମଧ୍ୟ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ବିଭା ହେବା ପାଇଁ କୌଣସି କନ୍ୟା ରାଜି ହେଲେନାହିଁ।
Image Courtesy of The New Indian Expressସମାଜର ଏଭଳି ମନୋଭାବକୁ ସେ ସାମଗ୍ରିକ ଭାବେ ନିନ୍ଦା କରନ୍ତି । ଏ ସଂକ୍ରାନ୍ତରେ ସେ କହନ୍ତି, ନେତ୍ରହୀନମାନଙ୍କୁ ଲୋକେ ଦୟା କରନ୍ତି। ଏହି ଚଳଚ୍ଚିତ୍ରରେ ମଧ୍ୟ ପରିସ୍ଥିତିରେ କୌଣସି ଭିନ୍ନତା ନାହିଁ। ବାସନ୍ତୀୟୁମ୍, ଲକ୍ଷ୍ମୀୟୁମ୍ ପିନ୍ନେ ନଜାନୁମ୍, ଅଭିନେତା କଲାଭବନ ମଣିଙ୍କୁ ମଧ୍ୟ ଅନୁକମ୍ପା ଆଧାରରେ ଚିତ୍ରଣ କରାଯାଇଛି। କିନ୍ତୁ ଓପ୍ପମରେ ମୋହନଲାଲ୍ ଦୃଷ୍ଟିହୀନ ଚରିତ୍ରକୁ ମର୍ଦ୍ଦ ଭଳି ଚିତ୍ରଣ କରାଯାଇଛି। ନଚେତ ଦୃଷ୍ଟିହୀନଙ୍କୁ ହାସ୍ୟରସ ଅଭିନେତା ଭାବେ ଚିତ୍ରଣ କରାଯାଏ।
ଚଳଚ୍ଚିତ୍ର ‘ତାହିରା’ ହେଉଛି ସାରା ଦିନ କଠିନ ଶ୍ରମ କରି ପରିବାର ପ୍ରତିପୋଷଣ କରୁଥିବା କୋଡୁଙ୍ଗାଲ୍ଲୁର ଅନ୍ତର୍ଗତ ଆଝିକୋଡ଼ବାସୀ ତାହିରାର ଜୀବନ କଥାରୁ ଗୃହୀତ କାହାଣୀ। ଚଳଚ୍ଚିତ୍ରଟି ମହିଳା ଏବଂ ଭିନ୍ନକ୍ଷମଙ୍କ ସଶକ୍ତକରଣ ବିଷୟ କହେ।
ଚଳଚ୍ଚିତ୍ରର ନିର୍ଦେଶକ ସିଦ୍ଦିକ୍ ପରାବୁର୍ କହନ୍ତି, ପ୍ରଥମେ ମୁଁ ଏହି ଚଳଚ୍ଚିତ୍ର ଲାଗି ଜଣେ ନାୟକ ଖୋଜିଥିଲି, କିନ୍ତୁ ତାହିରା କରୁଥିବା ଶାରୀରିକ ପରିଶ୍ରମ କରିବା ଭଳି କୌଣସି ମହିଳାଙ୍କୁ ପାଇଥିଲି। ଶେଷରେ କୁଣ୍ଠାର ସହ ସେ ଅଭିନୟ କରିବାକୁ ରାଜି ହୋଇଥିଲେ।
ସୁନ୍ଦର ଓ ଦୃଷ୍ଟିହୀନ ନାୟକ ଖୋଜି ଖୋଜି ଆମେ କେରଳ ଫେଡେରେସନ୍ ଅଫ୍ ଦି ବ୍ଲାଇଣ୍ଡ୍ସ୍ରେ ପହଞ୍ଚିବା ପରେ ସେମାନେ ଆମକୁ କ୍ଲିଣ୍ଟ୍ଙ୍କ ପାଖକୁ ପଠାଇଲେ। ପ୍ରଥମେ ସେ ମଧ୍ୟ ତିହିରାର ସ୍ବାମୀ ବିଚାପୁ ଭୂମିକାରେ ଅଭିନୟ କରିବାକୁ ଦ୍ବିଧା ବୋଧ କରୁଥିଲେ। ଚଳଚ୍ଚିତ୍ରଟି ଲକ୍ଡାଉନ୍ ଜାରି ହେବାର ତିନି ଦିନ ପୂର୍ବରୁ ମୁକ୍ତିଲାଭ କରିଥିବାରୁ ପ୍ରଯୋଜକ ହିସାବରେ ଏବେ ମଧ୍ୟ ମୁଁ ଅସୁବିଧାରୁ ମୁକ୍ତି ପାଇନାହିଁ।
ଜୋସି ଆଣ୍ଟୋନି କହନ୍ତି, ଗ୍ବାଲିୟର୍ର ମୋର ସହକର୍ମୀ ତଥା କ୍ଲିଣ୍ଟ୍ଙ୍କର ଜଣେ ସମ୍ପର୍କୀୟଙ୍କ ପାଖରେ ଏ ଚଳଚ୍ଚିତ୍ରର ପ୍ରମୋ ଦେଖିବା ପରେ ତାଙ୍କର ଆତ୍ମବିଶ୍ବାସରସ୍ତର ମୋତେ ବିସ୍ମିତ କରିଥିଲା। ସେ ଯେକୌଣସି ଆହ୍ବାନ ମୁକାବିଲା କରିବାକୁ ପ୍ରସ୍ତୁତ। ମୋ ସହକର୍ମୀ ମଧ୍ୟ ଉତ୍ସାହ ପାଇବା ସହ ମତେ ସାହାଯ୍ୟ କଲେ।
ସେ ଆହୁରି କହନ୍ତି, ଜୀବନର ଅର୍ଥ ରହିବା ଉଚିତ। ଆମେ ଅନ୍ୟକୁ ସାହାଯ୍ୟ କଲେ ହିଁ ତାହା ସମ୍ଭବପର ହୋଇଥାଏ।
Follow Us