ବାଇକ ଚଲାଇ ଷ୍ଟାଇଲ ଦେଖାଉଥିବା ବେଳେ ରାସ୍ତାରେ ଚିତପଟାଙ୍ଗ ମାରିଲେ ଦୁଇଯୁବତୀ

ବାଇକ ଚଲାଇ ଷ୍ଟାଇଲ ଦେଖାଉଥିବା ବେଳେ ରାସ୍ତାରେ ଚିତପଟାଙ୍ଗ ମାରିଲେ ଦୁଇଯୁବତୀ

ନୂଆଦିଲ୍ଲୀ: ଯୁବତୀମାନଙ୍କ ଗାଡ଼ି ଚଲାଇବାକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।

ନିକଟରେ ଦୁଇଜଣ ଯୁବତୀଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଦୁଇଜଣ ଯୁବତୀ ଦୁଇଚକିଆଯାନ ନେଇ ବାହାରିଥିଲେ। କିଛିବାଟ ଯିବା ପରେ ଷ୍ଟାଇଲ ଦେଖାଇ ଗାଡ଼ି ଚଲାଉଥିବା ବେଳେ ଏହା ଦୁହିଁଙ୍କୁ ମହଙ୍ଗା ପଡ଼ି ଯାଇଥିଲା। ଗାଡ଼ିସହ ଦୁଇଜଣ ଯୁବତୀ ରାସ୍ତାରେ ଚିତପଟାଙ୍ଗ ମାରି ପଡ଼ିଥିଲେ। ପଛରେ ବସିଥିବା ଯୁବତୀ ହେଲମେଟ ପିନ୍ଧି ଥିବାରୁ ଅଳ୍ପକେ ତାଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହେବାରୁ ବଞ୍ଚି ଯାଇଥିଲା। ତେବେ ଯୁବତୀ ଜଣକ ଗାଡ଼ି ଚଲାଇବା ଶିଖୁଥିବା  ‌ବେଳେ ଏଭଳି  ଘଟଣା ଘଟିଥିବା  ଭିଡିଓରୁ ଜଣାପଡ଼ିଛି।

କେହିଜଣେ ଦୁଇଜଣ ଯୁବତୀଙ୍କ ଗାଡ଼ି ଚଲାଇବା ଭିଡିଓ ରେକର୍ଡ କରୁଥିବା ବେଳେ ଏହି ଦୃଶ୍ୟ ସେଥିରେ ରେକର୍ଡ ହୋଇଯାଇଥିଲା। ପରେ ଏହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଷ୍ଟାଇଲିସବଏ ନାମକ ପେଜରୁ ସେୟାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe