ଏବେ ସୁଦ୍ଧା ନିଜର ୪୦ ଭାଇଭଉଣୀଙ୍କୁ ଖୋଜି ପାଇ ସାରିଲେଣି ଯୁବତୀ

Advertisment
ଏବେ ସୁଦ୍ଧା ନିଜର ୪୦ ଭାଇଭଉଣୀଙ୍କୁ ଖୋଜି ପାଇ ସାରିଲେଣି ଯୁବତୀ

ନୂଆଦିଲ୍ଲୀ: ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ରହୁଥିବା ଜଣେ ଯୁବତୀଙ୍କର କହିବା କଥା ହେଉଛି ତାଙ୍କର ଜଣେ ନୁହେଁ, ୨ ଜଣ ନୁହେଁ, ୪୦ ଜଣ ଭାଇଭଉଣୀ ଅଛନ୍ତି। ବାସ୍ତବ କଥା ହେଉଛି, ଯୁବତୀଙ୍କ ବାପା ଜଣେ ସ୍ପର୍ମ ଡୋନର୍‌। ଏହି କାରଣରୁ ତାଙ୍କର ସମସ୍ତ ଭାଇଭଉଣୀଙ୍କ ସଂଖ୍ୟା ୧୦୦ ବି ହୋଇପାରନ୍ତି। ମାତ୍ର ସେ ଏବେ ସୁଦ୍ଧା ୪୦ ଜଣଙ୍କୁ ଖୋଜି ପାଇଛନ୍ତି।

ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଆପଣ ଏପରି ଅନେକ ସ୍ପର୍ମ ଡୋନର୍‌ଙ୍କ ବିଷୟରେ ଶୁଣିଥିବେ, ଯାହାଙ୍କର କି ଦୁନିଆ ସାରା ଅନେକ ସନ୍ତାନ ସନ୍ତତି ରହିଥାନ୍ତି। ତେବେ ସ୍ପର୍ମ ଦାନ କରି ବିଭିନ୍ନ ସନ୍ତାନଙ୍କ ବାପା ବନିଥିବା ଏହି ବ୍ୟକ୍ତିଙ୍କର କ୍ରିଷ୍ଟା ବିଲ୍‌ଟନ୍‌ ନାମକ ଜଣେ ଝିଅ ଅଛନ୍ତି। କ୍ରିଷ୍ଟା ତାଙ୍କ ଜୀବନ ସହ ଯୋଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ କଥାକୁ ତାଙ୍କ ଲିଖିତ ଏକ ପୁସ୍ତକରେ ପ୍ରକାଶ କରିଛନ୍ତି। ସେ ଲେଖିଥିବା ପୁସ୍ତକର ନାମ ‘ଏ ନର୍ମାଲ୍‌ ଲାଇଫ୍‌: ଦ ସର୍‌ପ୍ରାଇଜିଂ ଟ୍ରୁଥ୍‌ ଅଫ୍‌ ମାଇଁ କ୍ରେଜି ଚାଇଲ୍ଡହୁଡ୍‌’। ସେ ତାଙ୍କ ପୁସ୍ତକରେ ନିଜର ପ୍ରାୟ ୧୦୦ ଭାଇଭଉଣୀ ଥିବା କଥା ଉଲ୍ଲେଖ କରିଛନ୍ତି।

ସେ ତାଙ୍କ ସଂପର୍କରେ ଆହୁରି ବି ଏକ କଥାରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କି ଥରେ ଭୁଲ୍‌ରେ ସେ ନିଜର ଜଣେ ଭାଇଙ୍କ ସହ ଡେଟ୍‌ରେ ପଳାଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ ଯୁବକ ଜଣଙ୍କ ତ‌ାଙ୍କ ବାପାଙ୍କର ଜଣେ ପୁତ୍ର। କ୍ରିଷ୍ଟା ଏବେ ଜଣେ ବିବାହିତା।

କ୍ରିଷ୍ଟା ନିଜେ ବି ଏହି ସ୍ପର୍ମ ଡୋନେଟ୍‌ ପ୍ରକ୍ରିୟାରୁ ଜାତ। ତାଙ୍କ ବାପା ଜେଫ୍ରି ହରିସନ୍‌ ୧୯୮୦ ମସିହାରେ ତାଙ୍କ ମାଆଙ୍କୁ ସ୍ପର୍ମ ଦେବା ପରେ କ୍ରିଷ୍ଟା ଜନ୍ମ ‌ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe