ସପିଂ ମଲ ଆସି ହଠାତ୍‌ ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ ଏହି ଯୁବତୀ, ଦେଖୁ ଦେଖୁ ଲାଗିଗଲା ଯୁବକଙ୍କ ଭିଡ଼

Advertisment
ସପିଂ ମଲ ଆସି ହଠାତ୍‌ ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ ଏହି ଯୁବତୀ, ଦେଖୁ ଦେଖୁ ଲାଗିଗଲା ଯୁବକଙ୍କ ଭିଡ଼

Oneindia Hindi

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ । ଯାହା ଚାହୁଁ ଚାହୁଁ ଚର୍ଚ୍ଚାର ପରିସରକୁ ଆସି ଯାଇଥାଏ । ପୂର୍ବରୁ ଏମିତି କିଛି ଲୋକ ନିଜର କିଛି ସେକେଣ୍ଡର ଭିଡ଼ିଓକୁ ନେଇ ସାରା ଦେଶରେ ଚର୍ଚ୍ଚିତ ହୋଇ ସାରିଛନ୍ତି । ଏବେ ପୁଣି ସେଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜଣେ ଯୁବତୀ ଏକ ସପିଂ ମଲ୍‌କୁ ଯିବା ପରେ ହଠାତ୍‌ ମଲ୍‌କୁ ଆସୁଥିବା ଲୋକଙ୍କୁ ସେ ଆଲିଙ୍ଗନ କରିବା ଆରମ୍ଭ କରୁଛନ୍ତି । ଏହା ଦେଖି ଧୀରେ ଧୀରେ ସେଠାରେ ଭିଡ଼ ଜମି ଯିବା ସହ ଯୁବତୀ ଜଣକ ସମସ୍ତଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଯୁବତୀଙ୍କ ସହ ଆସିଥିବା ତାଙ୍କର ଦୁଇ ଜଣ ବନ୍ଧୁ ଏହାର ଭିଡ଼ିଓ ତିଆରି କରିଥିଲେ । ଏହି ଘଟଣାଟି ରବିବାର ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ଥିବା ଏକ ମଲ୍‌ରେ ଘଟିଥିଲା ।


ABP news

ଯୁବତୀ ଜଣକ ମଲ୍‌କୁ ଆସି ସମସ୍ତଙ୍କୁ ଇଦ୍‌ ମୁବାରକ୍‌ ଜଣାଇବା ପାଇଁ ଏପରି କରିଥିଲେ ବୋଲି ଜଣା ପଡ଼ିଛି । ଭିଡ଼ିଓରେ ଯୁବତୀ ଜଣଙ୍କ ସମସ୍ତଙ୍କୁ ଆଲିଙ୍ଗନ କରିବା ସହ ଇଦ୍‌ ମୁବାରକ୍‌ ବୋଲି କହୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ନେଇ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଥଟ୍ଟା କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ୩ ଜଣ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନଥିବା ବେଳେ ସେମାନଙ୍କ ଠିକଣା ମଧ୍ୟ ଜଣା ପଡ଼ି ପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe