ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

ଷ୍ଟେସନରେ ଛାଡ଼ି ଯାଇଥିବା ଝିଅକୁ ଏପରି ପାଇଲେ ବାପା-ମା’

ନୂଆଦିଲ୍ଲୀ: ପ୍ରାୟତଃ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଛି ଟ୍ରେନରେ ବାପା-ମା’ ବସିଥିବା ବେଳେ ଛୁଆ ପ୍ଲାଟଫର୍ମରେ ହିଁ ରହି ଯାଇଥାଏ। ନିକଟରେ ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ବାସ୍ତବରେ ଘଟିଛି। ସୌଭାଗ୍ୟବଶତଃ ଝିଅ ଜଣକ ସୁରକ୍ଷିତ ଭାବରେ ତାର ମା’-ବାପାଙ୍କ ପାଖରେ ପହଞ୍ଚିଯାଇଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, କାନପୁର-ଇଟାୱା ରେଳ ମାର୍ଗସ୍ଥିତ ମୈଥା ରେଳ ଷ୍ଟେସନରେ ଏହି ଘଟଣା ଘଟିଛି। ଟ୍ରେନ୍ ନମ୍ବର -୧୫୬୩ରେ ନିଜର ବାପା-ମା’ ସହିତ ଯାତ୍ରା କରୁଥିବା ୧୬ବର୍ଷର ଝିଅ ଷ୍ଟେସନରେ ଓହ୍ଲାଇଥିଲା। କିନ୍ତୁ ସେ ଟ୍ରେନରେ ଚଢ଼ିବା ପୂର୍ବରୁ ଟ୍ରେନ୍ ପ୍ଲାଟଫର୍ମ ଛାଡ଼ି ଦେଇଥିଲା। ଝିଅ ଷ୍ଟେସନରେ ଛାଡି ହୋଇଯାଇଥିବା ବାପା-ମା’ ଟିଟିଇଙ୍କୁ ଜଣାଇଥିଲେ।

ଟିଟିଇ କମର୍ସିଆଲ କଣ୍ଟ୍ରୋଲ ରୁମ ତୁଣ୍ଡଲା ସହିତ ଯୋଗାଯୋଗ କରିଥିଲେ। ଝିଅକୁ ତୁଣ୍ଡଲା ଷ୍ଟେସନ ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାପରେ ତୁଣ୍ଡଲାରେ ଝିଅର ପିତାମାତାଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା। ଶେଷରେ ବାପା-ମା’ ନିଜ ଝିଅକୁ ପାଇ କାନ୍ଦି ପକାଇ ଥିଲେ।

ରେଳ ଅଧିକାରୀ କହିଛନ୍ତି, ଉକ୍ତ ଝିଅ ତାଙ୍କ ବାପା-ମା’ଙ୍କ ସହ ପ୍ରୟାଗରାଜରୁ ଯୋଧପୁର ଯାଉଥିଲେ। ଏହି ସମୟରେ ଝିଅ ଜଣକ ଷ୍ଟେସନରେ ରହିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe