Washington Post
ଅହମଦାବାଦ: ଭୟାବହ ଦୁର୍ଘଟଣାରେ ଗୋଟିଏ ହାତ ଓ ଦୁଇଟି ଗୋଡ ହରାଇ ଦେବା ପରେ ବି ଭାବୀ ସ୍ୱାମୀ ଆଜୀବନ ଯୁବତୀଙ୍କ ସହିତ ରହିବାକୁ ପ୍ରତିଶ୍ରୃତି ଦେଇଛନ୍ତି। ଭାବୀ ସ୍ୱାମୀ ଚାହାନ୍ତି କି ତାଙ୍କ ଭାବୀ ପତ୍ନୀ ଖୁବ୍ଶୀଘ୍ର ଠିକ୍ ହୋଇଯାଉ, ଏବଂ ଦୁହେଁ ବିବାହ କରି ନିଅନ୍ତୁ।
ଗୁଜୁରାଟର ଜାମନଗରର ଲାଲପୁରର ଡବାସ ଗ୍ରାମରେ ରହୁଥିବା ହିରଳଙ୍କ ନିର୍ବନ୍ଧ ମାର୍ଚ୍ଚ ମାସରେ ହୋଇଥିଲା। ହିରଳଙ୍କ ନିର୍ବନ୍ଧ ସାମାଜିକ ରୀତିନୀତି ଅନୁସାରେ ଜାମନଗରରେ ରହୁଥିବା ୨୨ବର୍ଷୀୟ ଚିରାଗ ଗଜ୍ଜର ନାମକ ଯୁବକ ସହିତ ହୋଇଥିଲା। କିନ୍ତୁ ବିଧାତା କିଛି ଅଲଗା ହିଁ କରି ଦେଖାଇଲା। ମଇ ୧୧ ହିରଳ ଘରେ କାମ କରୁଥିଲେ। ଏହି ସମୟରେ ୬୬କେଭି ଭୋଲଟେଜର ତାର ଆସି ତାଙ୍କ ଛପର ଉପରେ ପଡ଼ିଥିଲା । ଏଥିରେ ଥିବା ବିଦ୍ୟୁତ ତାଙ୍କ ଘର ଝରକା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ହିରଳ କାମ କରୁକରୁ ଯେମିତି ହିଁ ଝରକା ଖୋଲିଥିଲେ ତାଙ୍କୁ ଏକ ଶକ୍ତ ବିଦ୍ୟୁତ ଝଟକା ଲାଗିଥିଲା। ବିଦ୍ୟୁତ ଝଟକା ଏମିତି ଥିଲା କି ତାଙ୍କ ଶରୀରରୁ ହାତ ଭାଙ୍ଗି ତଳେ ପଡ଼ି ଯାଇଥିଲା। ଗମ୍ଭୀର ଅବସ୍ଥାରେ ହିରଳଙ୍କ ମାତା-ପିତା ଜାମନଗରର ଗୁରୁ ଗୋବିନ୍ଦସିଂହ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ। କିଛିଦିନ ଚିକିତ୍ସା କରିବା ପରେ ଡାକ୍ତର ଜାଣିବାକୁ ପାଇଲେ କି ତାଙ୍କ ଦୁଇଟି ଗୋଡରେ ବି ସଂକ୍ରମଣ ହୋଇଛି, ଯାହାକି ବଢ଼ିବାକୁ ଲାଗୁଛି। ଯୁବତୀଙ୍କ ଜୀବନ ବଞ୍ଚାଇବାକୁ ହେଲେ ଗୋଡ କାଟିବାକୁ ପଡ଼ିବ ବୋଲି କହିଥିଲେ। ଏବେ ହିରଳ ସୁରକ୍ଷିତ ଅଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାନ୍ତି।
Gisele Haralsonହିରଳଙ୍କ ପିତା ତନସୁଖଭାଇଙ୍କ କହିବାନୁସାରେ, ତାଙ୍କ ଝିଅ ହିରଳଙ୍କ ଦୁଇମାସ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ଚଳିତ ବର୍ଷ ଦୀପାବଳିରେ ବିବାହ ହେବାର ଥିଲା। ଏହି ଦୁର୍ଘଟଣା ପରେ ସେ ଏହି ବିବାହ ବିଷୟରେ ଭାବିବା ବନ୍ଦ କରି ଦେଇଥିଲେ। କିନ୍ତୁ ହିରଳଙ୍କର ଯାହାଙ୍କ ସହିତ ନିର୍ବନ୍ଧ ହୋଇଥିଲା ସେ ଏକମାସ ହେବ ସହିତ ହସ୍ପିଟାଲ୍ରେ ଅଛନ୍ତି। ଦିନରାତି ହିରଳଙ୍କ ସେବା କରୁଛନ୍ତି। ହରିଳଙ୍କ ଭାବୀ ସ୍ୱାମୀ ନିଜ ପିତାଙ୍କ ସହ ମିଶି ମିସ୍ତ୍ରୀ କାମ କରିଥାଆନ୍ତି। ଭାବୀ ପତ୍ନୀର ଏଭଳି ଅବସ୍ଥା ଦେଖି ବି ଚିରାଗ ହିରଳଙ୍କୁ ନିଜ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ସାରିଛନ୍ତି।
Follow Us