ପାଦରେ ବିଶ୍ୱର ସବୁଠାରୁ ବଡ଼ ଚିତ୍ର ଆଙ୍କିଲେ ଜାହ୍ଵବୀ

ପାଦରେ ବିଶ୍ୱର ସବୁଠାରୁ ବଡ଼ ଚିତ୍ର ଆଙ୍କିଲେ ଜାହ୍ଵବୀ

ହାଇଦ୍ରାବାଦ: ଗିନିଜ ଓ୍ଵାଲର୍ଡ ରେକର୍ଡରେ ସାମିଲ ହେବା ପାଇଁ ହାଇଦ୍ରାବାଦର ଜାହ୍ନବୀ ମହାନ୍ତି(୧୮) ନିଜର ପାଦରେ ୧୪୦ ବର୍ଗମିଟରରେ ଚିତ୍ର ଆଙ୍କିଛନ୍ତି।

publive-image

ଜାହ୍ନବୀଙ୍କ ଦାବି, ସେ ତାଙ୍କ ପାଦରେ ସବୁଠାରୁ ବଡ ପେଣ୍ଟିଂ କରି ରେକର୍ଡ ସୃଷ୍ଟି କରିବେ। ଜାହ୍ନବୀ ବ୍ରିଟେନ୍‌ର ୟୁନିଭିର୍ସଟି ଅଫ୍‌ ଓ୍ଵାରଉଇକ୍‌ର ଛାତ୍ରୀ ଅଟନ୍ତି। ସେ ନିକଟରେ ୧୪୦ବର୍ଗମିଟର ଚିତ୍ର ଆଙ୍କି ୧୦୦ବର୍ଗମିଟର ପେଣ୍ଟିଂର ରେକର୍ଡକୁ ଭାଙ୍ଗିଛନ୍ତି।

ଜାହ୍ନବୀ ଜଣେ ଚିତ୍ରଶିଳ୍ପୀ ହେବା ସହିତ ନୃତ୍ୟ ଶିଳ୍ପୀ,ସଙ୍ଗୀତକାର ଓ ଜାତୀୟ ବାସ୍କେଟବଲ ଖେଳାଳୀ। ଜାହ୍ନବୀ ଏକାସଙ୍ଗେ ନୃତ୍ୟ କରିବା ସହିତ ପାଦରେ ଚିତ୍ର ଆଙ୍କି ପାରନ୍ତି। ନିକଟରେ ସେ ନୃତ୍ୟ ସଙ୍ଗେସଙ୍ଗେ ନିଜ ପାଦରେ ପଦ୍ମଫୁଲ ଓ ମୟୁର ପଙ୍ଖର ଆଙ୍କି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe