ପ୍ରଥମ ପତ୍ନୀ ଟିନା ଡାବିଙ୍କ ବିବାହ ପରେ ଅଥର୍‌ଙ୍କୁ ଯୁବତୀଙ୍କଠାରୁ ଆସୁଛି ଖୋଲାଖୋଲି ବିବାହ ପ୍ରସ୍ତାବ

Advertisment
ପ୍ରଥମ ପତ୍ନୀ ଟିନା ଡାବିଙ୍କ ବିବାହ ପରେ ଅଥର୍‌ଙ୍କୁ ଯୁବତୀଙ୍କଠାରୁ ଆସୁଛି ଖୋଲାଖୋଲି ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ଆଇଏଏସ୍‌ ଅଥର୍‌ ଆମୀର ଖାନ୍‌ ସୋସିଆଲ୍‌ ମିଡିଆରେ ଖୁବ୍ ପରିଚତ। ଆଇଏଏସ୍‌ ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଭାବେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣନ୍ତି। ତାଙ୍କର ସୁନ୍ଦର ଚେହେରା ଅନେକ ମହିଳାଙ୍କୁ ଯେ ଆକଷିର୍ତ କରୁଥିବ, ସେଥିରେ ସନ୍ଦେହ ନାହିଁ। ଏପରିକି ସୋସିଆଲ୍‌ ମିଡିଆରେ ତାଙ୍କୁ ଜଣେ ଯୁବତୀ ଖୋଲାଖୋଲି ଭାବେ ବିବାହ ପ୍ରସ୍ତାବ ଦେଇଛନ୍ତି।

ଅବଶ୍ୟ ଯୁବତୀଙ୍କର ଏହି ପ୍ରସ୍ତାବ ଉପରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଟ୍ରୋଲ୍‌ ହେବା ପରେ ଯୁବତୀ ଜଣକ ସେଥିରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଆଇଏଏସ୍‌ ଅଥର୍‌ ଆମୀର ଖାନ୍‌ ‌ନିଜର ଯେଉଁ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଏବେ ରେଷ୍ଟୁରାଣ୍ଟ୍‌ରେ କଫି ପିଉଥିବାର ନଜର ଆସିଛନ୍ତି। ତାଙ୍କ ଫଟୋରେ ସାୟଦନାଜିଆସରଫ ନାମ୍ନୀ ଏକ ଯୁବତୀ କମେଣ୍ଟ୍‌ ଦେଇଛନ୍ତି କି ‘ମୁଁ ଏହି ଯୁବକଙ୍କୁ ବିବାହ କରିବାକୁ ଚାହିଁବି’। ତାଙ୍କର ଏହି କମେଣ୍ଟ୍‌କୁ ନେଇ ଅନ୍ୟ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି।

ତେବେ ସେ ଏକା ଯୁବତୀ ନୁହଁନ୍ତି, ଯିଏକି ଅଥର୍‌ଙ୍କ ଫଟୋରେ ଖୋଲାଖୋଲି ଭାବେ ପ୍ରେମ ଜାହିର କରିଛନ୍ତି। ଆହୁରି ଅନେକ ଯୁବତୀ ଅଥର୍‌ଙ୍କୁ ପସନ୍ଦ କରୁଥିବା ପ୍ରକାଶ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଆଇଏଏସ୍‌ ଅଥର୍‌ ଆମୀର ଖାନ୍‌ଙ୍କ ଫଟୋକୁ ୯୦ ହଜାରରୁ ଅଧିକ ଲାଇକ୍‌ ମିଳିଛି। ଏହାବ୍ୟତୀତ ହଜାର ହଜାର ପ୍ରଶଂସକ କମେଣ୍ଟ୍‌ ବି କରିଛନ୍ତି ତାଙ୍କ ଫଟୋରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe