ମାଡ଼ି ଆସୁଥିଲା ଟ୍ରେନ୍, ଝିଅକୁ ବଞ୍ଚାଇବା ପାଇଁ ରେଳ ଧାରଣାରେ ଶୋଇ ପଡ଼ିଲେ ବାପା; ଆଉ ତା’ପରେ..

Advertisment
ମାଡ଼ି ଆସୁଥିଲା ଟ୍ରେନ୍, ଝିଅକୁ ବଞ୍ଚାଇବା ପାଇଁ ରେଳ ଧାରଣାରେ ଶୋଇ ପଡ଼ିଲେ ବାପା; ଆଉ ତା’ପରେ..

ନୂଆଦିଲ୍ଲୀ: କଥାରେ ଅଛି ‘ରଖେ ହରି ମାରେ କିଏ’। ଏହାର ଏକ ଉଦାହରଣ ନିକଟରେ ଇଜିପ୍ଟର ଏକ ରେଳ ଷ୍ଟେସନର ଦେଖିବାକୁ ମିଳିଛି। ଏଠାରେ ଜଣେ ବାପା ଝିଅକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ରେଳ ଧାରଣାରେ ଶୋଇପଡ଼ିଥିଲେ। ଆଉ ବାପା-ଝିଅଙ୍କ ଭଲ ପାଇବା ଦେଖି ଶେଷରେ ମୃତ୍ୟୁକୁ ମଧ୍ୟ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ।

ଇଜିପ୍ଟର ଏକ ରେଳ ଷ୍ଟେସନରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଲାଗି ଜଣେ ବ୍ୟକ୍ତି  ନିଜର କୁନି ଝିଅକୁ ଧରି ଟ୍ରେନକୁ ଅପେକ୍ଷା କରିଥିଲେ । କୁନି ଝିଅଟି ବି ଷ୍ଟେସନରେ ବାପାଙ୍କ ସହିତ ଛିଡ଼ା ହୋଇ ଖେଳୁଖେଳୁ ହଠାତ ପ୍ଲାଟଫର୍ମ ତଳକୁ ଖସି ପଡ଼ିଥିଲା । ପ୍ଲାଟଫର୍ମରୁ ତଳେ ପଡ଼ିଯିବା ପରେ କୁନି ଝିଅଟି କାନ୍ଦି ଉଠିଥିଲା । ଆଉ ଝିଅର ସ୍ୱର ଶୁଣି ବ୍ୟକ୍ତି ଜଣକ ଯେତେବେଳେ ଧାରଣାକୁ ଦେଖିଥିଲେ, ସେ ସ୍ତବ୍ଧ ହୋଇଯାଇଥିଲେ । କାରଣ ସାମ୍ନା ପଟୁ ଦ୍ରୁତଗତିରେ ମାଡି ଆସୁଥିଲା ଟ୍ରେନ୍‌ । ଟ୍ରେନଟି ମାଡିଆସୁଥିବା ବେଳେ କେମିତି ସେଠାରୁ ନିଜ ଝିଅର ଜୀବନ ରକ୍ଷା କରିବେ ଭାବିପାରୁ ନ ଥିଲେ ବ୍ୟକ୍ତି । ଆଉ ଏହାରି ଭିତରେ ସେ ନିଜ ଜୀବନକୁ  ଖାତିର ନକରି ତଳକୁ ଡେଇଁ ପଡ଼ିଥିଲେ ।

Image result for train track Fun Kids

ଟ୍ରେନ ମାଡ଼ି ଆସିବା ପୂର୍ବରୁ ବାପା ଝିଅଟିକୁ ଟ୍ରାକରୁ ଉଠାଇଆଣି ଟ୍ରାକ୍‌ କଡ଼ରେ ଶୋଇ ରହି ଥିଲେ । ଧିରେ ଧିରେ ଟ୍ରେନଟି ଧାରଣା ଅତିକ୍ରମ କରି ଯାଇଥିଲା । ଆଉ ନିଜ ଝିଅକୁ  ମୃତ୍ୟୁମୁଖରୁ ଟାଣି ଆଣିବାରେ ସଫଳ ହେଲେ ତା’ର ବାପା । ଶେଷରେ ବାପା-ଝିଅଙ୍କ ଭଲପାଇବା ଆଗରେ ହାର ମାନିଥିଲା ମୃତ୍ୟୁ । ସେଠାରେ ଉପସ୍ଥିତ ଥିବା ସମସ୍ତେ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe