୩୦ହଜାର କିଲୋମିଟର ଅତିକ୍ରମ କରି ଖାଦ୍ୟ ଡେଲିଭରି କଲେ ଭାରତୀୟ ଯୁବତୀ

Advertisment

ମନସା ଗୋପାଲ କଲେ ବିଶ୍ବ ରେକର୍ଡ

ମନସା ଗୋପାଲ କଲେ ବିଶ୍ବ ରେକର୍ଡ

୩୦ହଜାର କିଲୋମିଟର ଅତିକ୍ରମ କରି ଖାଦ୍ୟ ଡେଲିଭରି କଲେ ଭାରତୀୟ ଯୁବତୀ

www.aajtak.in

ନୂଆଦିଲ୍ଳୀ: ଆଜିକାଲି ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରି ଖାଇବା ଏକ ଫେସନ୍‌। ଖାଦ୍ୟ ବରାଦ କରିବାର କିଛି ସମୟ ମଧ୍ୟରେ ଗ୍ରାହକଙ୍କ ଠିକଣାରେ ପହଞ୍ଚାଇ ଥାଆନ୍ତି ଡେଲିଭରି ଏଜେଣ୍ଟ୍‌। ମାତ୍ର ଏ ସଂପର୍କିତ ଏକ ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେ‌ବ। ଜଣେ ଯୁବତୀ ୩୦,୦୦୦ କିଲୋମିଟର୍‌ ରାସ୍ତା ଅତିକ୍ରମ କରି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଛନ୍ତି।

ଏପରି କରି ଯୁବତୀ ଜଣକ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଜାଣିବାକୁ ମିଳିଛି ଯେ ଚେନ୍ନାଇର ବାସିନ୍ଦା ମନସା ଗୋପାଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଖାଦ୍ୟ ଡେଲିଭରି କରିଥିବାର ଏକ ଭିଡିଓ ସେୟାର୍‌ କରିଛନ୍ତି। ସେ ସେହି ଭିଡିଓରେ କହିଛନ୍ତି ଯେ ଖାଦ୍ୟ ଡେଲିଭରି କରିବାକୁ ସେ ସିଙ୍ଗାପୁରରୁ ୪ଟି ମହାଦେଶ ଦେଇ ଆଣ୍ଟାର୍କାଟିକ‌ାରେ ପହଞ୍ଚିଛନ୍ତି। ଏହାକୁ ବିଶ୍ବର ସବୁଠାରୁ ଦୀର୍ଘତମ ଫୁଡ୍‌ ଡେଲିଭରି ଯାତ୍ରା ବୋଲି କୁହାଯାଉଛି।

କିପରି ଏକ ଖାଦ୍ୟ ପ୍ୟାକେଟ୍‌ ସହ ସେ ୩୦ ହଜାର କିଲୋମିଟର୍‌ ଯାତ୍ରା କରିଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କର ଏହି ଯାତ୍ରାର ଆରମ୍ଭ ସିଙ୍ଗାପୁରରୁ ହୋଇଥିଲା। ତାହାପରେ ସେ ଜର୍ମାନି ଓ ଆର୍ଜେଣ୍ଟିନା ହୋଇ ନିଜ ଗନ୍ତବ୍ୟ ଆଣ୍ଟାର୍କାଟିକ‌ାରେ ପହଞ୍ଚିଥିଲେ।

ଏହି ଭିଡିଓରେ ତ‌ାଙ୍କୁ ଅନେକ ବରଫାବୃତ୍ତ ଓ କାଦୁଆ ରାସ୍ତା ଦେଇ ଗତି କରିଥିବାର ଦେଖିବ‌ାକୁ ମିଳିଛି। ସେ ତାଙ୍କ ଭିଡିଓରେ କ୍ୟାପ୍‌ସନ ଦେଇଛନ୍ତି ‘ମୁଁ ସିଙ୍ଗାପୁରରୁ ଆଣ୍ଟାର୍କାଟିକ‌ା ପର୍ଯ୍ୟନ୍ତ ଏକ ବିଶେଷ ଫୁଡ୍‌ ଡେଲିଭରି କରିଛି।’

ସେ କହିଛନ୍ତି ଯେ ୨୦୨୧ ମସିହାରୁ ସେ ନିଜର ଆଣ୍ଟାର୍କାଟିକ‌ା ଯାତ୍ରା ପାଇଁ ଟଙ୍କା ସଞ୍ଚୟ କରୁଥିଲେ। କିଛି ଦିନ ତଳେ ‘ଫିୁଡ୍‌ ପାଣ୍ଡା’ ତାଙ୍କ ଟ୍ରିପ୍‌କୁ ସ୍ପନସର୍ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe