ଗର୍ଭବତୀ ବୋଲି ଜାଣିନଥିଲେ ମହିଳା, ଶୌଚାଳୟରେ ଅଚାନକ ଜନ୍ମ ନେଲା ଶିଶୁ

Advertisment
ଗର୍ଭବତୀ ବୋଲି ଜାଣିନଥିଲେ ମହିଳା, ଶୌଚାଳୟରେ ଅଚାନକ ଜନ୍ମ ନେଲା ଶିଶୁ

www.aajtak.in

ନୂଆଦିଲ୍ଲୀ: ଜଣେ ଏୟାର୍‌ ହୋଷ୍ଟେସ୍‌ ଶୌଚାଳୟରେ ଏକ ପିଲାକୁ ଜନ୍ମ ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମହିଳା ଜଣକ ନି‌ଜେ ବି ଜାଣିନଥିଲେ ଯେ ସେ ଗର୍ଭବତୀ ଅଛନ୍ତି ବୋଲି। ଅଚାନକ ଶୌଚାଳୟରେ ପିଲାକୁ ଜନ୍ମ ଦେବା ପରେ ସେ ନିଜେ ହିଁ ଚକିତ ହୋଇ ଯାଇଥିଲେ।

ଏହି ଏୟାର୍‌ ହୋଷ୍ଟେସ୍‌ଙ୍କ ନାମ ଲୁସି ଜୋନ୍ସ। ସେ ଦାବି କରିଛନ୍ତି ଯେ ସେ ଗର୍ଭନିରୋଧ ପିଲ୍‌ସ ଖାଉଥିଲେ। ଏପରିକି କିଛି ଦିନ ତଳେ ତାଙ୍କୁ ଏୟା‌ର୍‌ଲାଇନ୍ସ ଯାଞ୍ଚ୍‌ ବେଳେ ଫିଟ୍‌ ଟୁ ଏୟାର୍‌ ବି ଘୋଷଣା କରାଯାଇଥିଲା। ଏତେ ସବୁ ପରେ ବି ସେ ଯେ ଗର୍ଭବତୀ ଥିଲେ ତାହା ତାଙ୍କୁ ଅତ୍ୟନ୍ତ ଚକିତ କରିଛି।

ବ୍ରିସ୍ତଲରେ ରହୁଥିବା ୨୨ ବର୍ଷାୟା ଲୁସି କହନ୍ତି କି ତାଙ୍କର ସମୟକୁ ସମୟ ଋତୁସ୍ରାବ ହେଉଥିଲା। କେବଳ ସେତିକି ନୁହେଁ, ମଝିରେ ଥରେ ସେ ଗର୍ଭ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏବେ ଏହାକୁ ଆପଣ ଏକ ଚମତ୍କାର ବୋଲି ଭାବିପାରନ୍ତି।

ଲୁସି ଗତ ମାସ ତାଙ୍କ ପିଲାକୁ ଜନ୍ମ ଦେଇଛନ୍ତି। ତାଙ୍କ କହିବାନୁସାରେ ତାଙ୍କୁ ଗର୍ଭବତୀ ହେବାର କୌଣସି ବି ଲକ୍ଷଣ ନିଜ ଭିତରେ ଦିଶିନଥିଲା। ଅଚାନକ ଭାବେ ମାଆ ବନିବା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ।

ସେ ଗର୍ଭବତୀ ଥିବା ବେଳେ ୧୦-୧୫ ଥର ପାର୍ଟି ଯାଇଛନ୍ତି। ‌ଅନେକ ଥର ଆଲ୍‌କହଲ ବି ନେଇଛନ୍ତି। ସେ ଗଣମାଧ୍ୟମରେ ନିଜର ବୟାନ ଦେଇ କହିଛନ୍ତି ଯେ ପିଲାକୁ ନଦେଖିବା ପର୍ଯ୍ୟନ୍ତ ମୁଁ ନିଜେ ବି ଜାଣିନଥିଲି ଯେ ମୁଁ ଗର୍ଭବତୀ ଅଛି ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe