ନୂଆଦିଲ୍ଲୀ: ଆପଣ ଅନେକ ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀ ଶୁଣିଥିବେ। ଆଜି ଆମେ ଶୁଣାଇବୁ ଜଣେ ଅସଫଳ ବ୍ୟକ୍ତିଙ୍କ କାହାଣୀ। ବିହାରର ଏକ ଛୋଟ ଗାଁରୁ ଆଇଏଏସ୍ ବନିବାର ଆଶା ନେଇ ଦିଲ୍ଲୀରେ ପହଞ୍ଚିଲେ ଜଣେ ଯୁବକ। ସେଠାରେ ସେ ମୁଖାର୍ଜୀ ନଗରରେ ନିଜର ୟୁପିଏସ୍ସି ପ୍ରସ୍ତୁତି ଆରମ୍ଭ କଲେ। ତାଙ୍କର ଜଣେ ଝିଅ ସହ ପ୍ରେମ ସଂପର୍କ ବି ଗଢ଼ି ଉଠିଲା। ୨ ଜଣ ସାଥୀ ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ମାତ୍ର ତାଙ୍କ ପ୍ରେମିକା ପରୀକ୍ଷାରେ ସଫଳ ହୋଇଗଲେ, କିନ୍ତୁ ଅସଫଳ ରହିଗଲେ ଯୁବକ ଜଣକ।
ତାପରେ ତାଙ୍କ ସହ ଯାହା ହେଲା ତାହା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଖରାପ ଲାଗିପାରେ। ଯୁବକ ଜଣକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍କୁ ନିଜର ସାକ୍ଷାତ୍କାର ଦେଇ କହିଛନ୍ତି ଯେ ତାଙ୍କ ପ୍ରେମିକା ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ନମ୍ବରକୁ ବ୍ଲକ୍ରେ ପକେଇ ଦେଇଛନ୍ତି।
ଯୁବକଙ୍କ ନାମ ହରିନ୍ଦର ପାଣ୍ଡେ। ସେ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ସେ ବିହାରର ଗୋପାଳଗଞ୍ଜ ଗ୍ରାମରୁ ଆସିଥିଲେ। ସେଠାରେ ସେ ଆଇଏସ୍ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେ ଏବେ ସୁଦ୍ଧା ୫ଥର ପରୀକ୍ଷା ଦେଇ ସାରିଲେଣି। ଏପରିକି ଥରେ ସାକ୍ଷାତ୍କାର ପର୍ଯ୍ୟନ୍ତ ବି ଯାଇଛନ୍ତି। ମାତ୍ର ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି।
ସେ ସାକ୍ଷାତ୍କାର କାଳରେ ନିଜ ପ୍ରେମିକାଙ୍କ କଥା ମନେ ପକାଇ କହିଛନ୍ତି ଯେ ଯଦିଓ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି। ମାତ୍ର ଜୀବନ ତାଙ୍କୁ ଅନେକ କିଛି ଶିଖେଇ ଦେଇଛି।
Follow Us