୧୦ଟଙ୍କିଆ ନୋଟରେ ପ୍ରେମିକା ପ୍ରେମିକ ପାଇଁ ବାର୍ତ୍ତା ପଠାଇ ଲେଖିଛି, ‘ ଏପ୍ରିଲ ୨୬ ପୂର୍ବରୁ ମୋତେ ନେଇଯାଅ‘

Advertisment
୧୦ଟଙ୍କିଆ ନୋଟରେ ପ୍ରେମିକା ପ୍ରେମିକ ପାଇଁ ବାର୍ତ୍ତା ପଠାଇ ଲେଖିଛି, ‘ ଏପ୍ରିଲ ୨୬ ପୂର୍ବରୁ ମୋତେ ନେଇଯାଅ‘

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ 'ସୋନମ ଗୁପ୍ତା ବେୱାଫା ‌ହୈ' ଲେଖାଥିବା ଏକ ଭାରତୀୟ ନୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଲୋକମାନେ ଖୁବ ମଜାକ ଉଡ଼ାଇଥିଲେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ୧୦ ଟଙ୍କାର ନୋଟରେ କଲମରେ ଲେଖା ହୋଇଛି, 'ବିଶାଲ, ମୋର ବିବାହ ଏପ୍ରିଲ ୨୬ ତାରିଖରେ। ମୋତେ ନେଇଯାଅ, ମୁଁ ତୁମକୁ ଭଲ ପାଏ । ତୁମର କୁସୁମ। '

ଏହି ନୋଟକୁ ଦେଖି ଅନୁମାନ କରାଯାଉଛି କି, କୁସୁମ୍ ତାଙ୍କ ପ୍ରେମିକ ବିଶାଲଙ୍କୁ ସୂଚନା ଦେଇଛନ୍ତି କି ଏପ୍ରିଲ ୨୬ରେ ତାଙ୍କର ବିବାହ ଅଛି। ତେଣୁ ତାଙ୍କୁ କେଉଁଆଡେ ଫେରାର କରି ନେଇ ଯାଆନ୍ତୁ। ନିଜ ପ୍ରେମିକଙ୍କ ପାଇଁ ଯୁବତୀଙ୍କ ଏହି ବାର୍ତ୍ତା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଏହି ବାର୍ତ୍ତା ପଢ଼ିବା ପରେ ଏପ୍ରିଲ ୨୬ ପୂର୍ବରୁ ପ୍ରେମିକ କୁସୁମ ପାଖରେ ପହଞ୍ଚି ଯାଆନ୍ତୁ ବୋଲି ଆଶା ରଖିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ। ଫଟୋର କ୍ୟାପସନରେ ଲେଖା ଅଛି, 'ଟ୍ୱିଟର ବ୍ୟବହାରକାରୀମାନେ ଶକ୍ତି ପ୍ରଦର୍ଶନ କରନ୍ତୁ। କୁସୁମର ଏହି ବାର୍ତ୍ତା ଏପ୍ରିଲ ୨୬ପୂର୍ବରୁ ବିଶାଲ ପାଖରେ ପହଞ୍ଚି ଯାଉ। ଦୁଇ ପ୍ରେମୀଙ୍କୁ ଏକଜୁଟ କରିବାର ଅଛି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଥଟ୍ଟା କରି ଲେଖିଛନ୍ତି, 'ଏହି ଖବର ବିଶାଲ ପାଖରେ ପହଞ୍ଚିବା ବେଳକୁ କୁସୁମ ଦୁଇଟା ସନ୍ତାନର ମା’ ହୋଇଯାଇଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe