‘ଏହି ଅଜଣା ବ୍ୟକ୍ତି ମୋ ଭଉଣୀ ଜନ୍ମଦିନ କେକର ଟଙ୍କା ଦେଇଥିଲେ,ପରିଚୟ ଜାଣି ଆଖିରୁ ଲୁହ ଝରି ପଡ଼ିଲା’

ନୂଆଦିଲ୍ଲୀ: ଆମେରିକାର ଏରିଜୋନା ସହରରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଆଖି  ଅଶ୍ରୁରେ ଭରିଯିବ।

ଏରିଜୋନା ସହରେ ବସବାସ କରୁଥିବା କାଇଲ ଜାରେଗୁ ଓ ତାଙ୍କ ପରିବାର ଏକ ବେକେରି ସପ୍‌କୁ ଯାଇଥିଲେ। ଏହି ସପ୍‌ରେ ସେ ତାଙ୍କର ଭଉଣୀ ମେଡିସନ୍‌ଙ୍କ ପାଇଁ ଜନ୍ମଦିନର କେକ ଅର୍ଡର ଦେଇଥିଲେ। ଏହି କେକ୍‌କୁ ନେବା ସମୟରେ ଯେତେବେଳେ ଟଙ୍କା ବାହାର କରିଥିଲେ, କେକ୍‌ ବିକ୍ରେତା ଏହି କେକ୍‌ ବିଲ୍‌ ପୂର୍ବରୁ ପୈଠ ହୋଇ ଯାଇଛି ବୋଲି କହିଥିଲେ। ଯାହାକୁ ଶୁଣି ମେଡିସନ୍‌ଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି କେକ୍‌ ପାଇଁ ତାଙ୍କ ପରିବାରର ତ କେହି ସଦସ୍ୟ ଟଙ୍କା ଦେଇ ନାହାନ୍ତି ତେବେ ଦେଲା କିଏ ବୋଲି ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

publive-image

ତେବେ କେକ ଆଣି ଦେଖିଲା ବେଳକୁ ସେଥିରେ ଏକ ଚିଠି ଥିଲା, ଏହି ଚିଠିରେ ଲେଖାଥିଲା ମୋର ଝିଅର କିଛି ବର୍ଷ ହେବ ମୃତ୍ୟୁ ହୋଇଯାଇଛି। ତା’ର ଜନ୍ମ ଦିନରେ ତ ଆଉ କେକ୍‌ କିଣି ପାରିବି ନାହିଁ, ତେଣୁ ମୁଁ ପ୍ରତିବର୍ଷ ମୋ ଝିଅ ଜନ୍ମ ଦିନରେ ମୁଁ ଏପରି ଅନ୍ୟ ଜଣଙ୍କ ଝିଅ ପାଇଁ କେକ କିଣି ଖୁସି ହୋଇଥାଏ। ଏହି ଚିଠିକୁ ପଢ଼ୁଥିବା ପରେ ମେଡିସନ୍‌ଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ସେ କିଛି ସମୟ ପାଇଁ ଭାବବିହ୍ବଳ ହୋଇପଡ଼ିଥିଲେ।

publive-image

କାଇଲ ଏହି ଘଟଣା ସମ୍ପର୍କରେ ଯେତେବେଳେ ଟୁଇଟରରେ ସେୟାର କରିଥିଲେ, କିଛି ମିନିଟ୍‌ ମଧ୍ୟରେ ୨ଲକ୍ଷ ଲାଇକ୍‌ ଓ ୬୦ହଜାର ସେୟାର ହୋଇଥିଲା।

କାଇଲଙ୍କ ଏହି ଟୁଇଟ ଏସ୍‌ଲେ ସଣ୍ଟିଙ୍କ ପାଇଁ ଥିଲା, ଯିଏକି ତାଙ୍କ ଝିଅକୁ ୨୦୦୮ରେ ହରାଇ ଥିଲେ। ୨୦୧୦ରୁ ଏସ୍‌ଲେ ଜଣେ ଅଜଣା ବ୍ୟକ୍ତି ହୋଇ ଝିଅ ମେକେନାଙ୍କ ଜନ୍ମଦିନରେ ଅନ୍ୟମାନଙ୍କ ଝିଅ ପାଇଁ କେକ୍‌ କିଣି ଦେଇ ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe