ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅ ମଥାରେ ଖଞ୍ଜିଲେ କ୍ୟାମେରା

Advertisment

ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅର ମଥାରେ ଖଞ୍ଜି ଦେଲେ ସିସି କ୍ୟାମେରା। ଭିଡିଓ ଭାଇରାଲ ହେବାପରେ ଝିଅର ପ୍ରତିିକ୍ରିୟା। ବାପାଙ୍କ ଏଭଳି ପଦକ୍ଷେପ ପାଇଁ ମୁଁ ଶାନ୍ତିରେ କୌଣସି ସ୍ଥାନକୁ ଯାଇଆସି ପାରୁଛି।

ସୁରକ୍ଷା ପାଇଁ ଚିନ୍ତିତ ଥିବା ବାପା ଝିଅର ମଥାରେ ଖଞ୍ଜି ଦେଲେ ସିସି କ୍ୟାମେରା। ଭିଡିଓ ଭାଇରାଲ ହେବାପରେ ଝିଅର ପ୍ରତିିକ୍ରିୟା। ବାପାଙ୍କ ଏଭଳି ପଦକ୍ଷେପ ପାଇଁ ମୁଁ ଶାନ୍ତିରେ କୌଣସି ସ୍ଥାନକୁ ଯାଇଆସି ପାରୁଛି।

RET4


ନୂଆଦିଲ୍ଲୀ: ଦିନକୁ ଦିନ ସମାଜରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାଲରେ ଲାଗିଛି। ଏଭଳି କ୍ଷେତ୍ରରେ ନାରୀମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଯାଇଛି। ଅଭିଭାବକମାନେ ସେମାନଙ୍କ କନ୍ୟାମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହୋଇପଡ଼ିଛନ୍ତି। 

କନ୍ୟାମାନେ ସ୍କୁଲ, କଲେଜ ଓ ଚାକିରି କ୍ଷେତ୍ରରୁ ଘରକୁ ପହଞ୍ଚିବା ବିଳମ୍ବ ହେଲେ ବାପା ଓ ମା’ମାନେ ବିଚଳିତ ହୋଇପଡ଼ିଥାଆନ୍ତି। କନ୍ୟା ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନଥାଉ, ସୁରକ୍ଷିତ ଭାବେ ଘରେ ପହଞ୍ଚିଯାଉ ବୋଲି  ଅଭିଭାବକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଆନ୍ତି। ‌ଯେପର୍ଯ୍ୟନ୍ତ ଝିଅ ଘରେ ପହଞ୍ଚିନାହିଁ ଅଭିଭାବକମାନେ ଶାନ୍ତିରେ ବସି ପାରନ୍ତି ନାହିଁ।

ଏଭଳି ପରିସ୍ଥିତିରେ ପାକିସ୍ତାନର କରାଚିରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବାପା ଝିଅର ସୁରକ୍ଷା ପାଇଁ ତାର ମସ୍ତକରେ ଏକ ସିସିଟିଭି କ୍ୟାମେରା ଖଞ୍ଜି ଦେଇଛନ୍ତି।  

ଝିଅ ମୁଣ୍ଡରେ ସିସିଟିଭି ଖଞ୍ଜା ଯାଇଥିବା ଦେଖି କାରଣ ପଚାରିବାରୁ ସେ କହିଥିଲେ, ‘ମୋର ବାପା ମୋ ସୁରକ୍ଷା ପାଇଁ ଖୁବ ଚିନ୍ତିତ। ତେଣୁ ସେ ମୋର ସୁରକ୍ଷା ପାଇଁ  ଏଭଳି ଏକ ସ୍ବତନ୍ତ୍ର ବିକଳ୍ପ ବାହାର କରି ମୋ ମସ୍ତକରେ ସିସିଟିଭି ଫୁଟେଜ ଖଞ୍ଜି ଦେଇଛନ୍ତି।  ଏହି ସିସିଟିଭି ଦ୍ବାରା ମୁଁ କେଉଁଆଡେ ଗଲି ମୋର କ’ଣ ଅସୁବିଧା ହେଲା ବାପା ଯେଉଁ ସ୍ଥାନରେ ଥିଲେ ବି ସୂଚନା ପାଇ ପାରୁଛନ୍ତି।  ଯାହାଫଳରେ ମୁଁ ନିଜକୁ ସୁରକ୍ଷିତ ଅନୁଭବ କରିପାରୁଛି ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe