(Photo Credits: Twitter)
ନୂଆଦିଲ୍ଲୀ: କିଛି ଦିନ ତଳେ ଆସ୍ଥା ବର୍ମା ନାମକ ଜଣେ ଯୁବତୀ ତାଙ୍କ ମାଆଙ୍କ ପାଇଁ ମାଟ୍ରିମୋନିଆଲ୍ ସାଇଟ୍ରେ ବର ଖୋଜୁଥିବାର ଖବର ପ୍ରକାଶ ପାଇଥିଲା। ଆସ୍ଥାଙ୍କ ଏପରି ଏକ ସାହସୀ କାମରେ ଅନୁପ୍ରାଣିତ ହୋଇ ମୋହିନୀ ନାମକ ଜଣେ ଯୁବତୀ ମଧ୍ୟ ସମାନ କାମ କରିଥିବାର ନଜର ଆସିଛନ୍ତି। ସେ ତାଙ୍କ ୫୬ ବର୍ଷୀୟା ମାଆଙ୍କ ପାଇଁ ୫୫ ରୁ ୬୦ ବର୍ଷ ବୟସ ମଧ୍ୟରେ ବର ଖୋଜୁଛନ୍ତି।
ସେ ଆସ୍ଥାଙ୍କଠାରୁ ଅନୁପ୍ରାଣିତ ହେବା କଥା ତାଙ୍କ ଟ୍ବିଟ୍ରେ ସ୍ବୀକାର କରିଛନ୍ତି।। ମୋହିନୀ ଟ୍ବିଟ୍ କରି ଲେଖିଛନ୍ତି, ‘ଆସ୍ଥାଙ୍କଠାରୁ ଅନୁପ୍ରାଣିତ ହୋଇ ମୁଁ ଏବେ ମୋ ୫୬ ବର୍ଷୀୟା ମାଆଙ୍କ ପାଇଁ ଉପଯୁକ୍ତ ଜୀବନ ସାଥୀ ଖୋାଜୁଛି। ବରର ବୟସ ୫୫ରୁ ୬୦ ଭିତରେ ହୋଇଥିବ। ସେ ଶାକାହାରୀ ହେବା ସହ ତାଙ୍କର ସିଗାରେଟ୍, ମଦ ଆଦି କୌଣସି ଅଭ୍ୟାସ ନଥିବ। ଯାହାଙ୍କୁ ଜଣେ ଜୀବନସାଥୀ ଓ ଯତ୍ନବାନ ପିଲାର ଆବଶ୍ୟକତା ଥିବ ସେ ଆଗ୍ରହ ଦେଖାଇ ପାରନ୍ତି।’
ମୋହିନୀଙ୍କୁ ତାଙ୍କର ଏପରି ଏକ ସାହସିକ ପଦକ୍ଷେପ ପାଇଁ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାକୁ ପଡ଼ିଛି। ଏ ବୟସରେ କାହିଁକି ତାଙ୍କ ମାଆ ଜୀବନସାଥୀ ଆବଶ୍ୟକ କରନ୍ତି ବୋଲି କେହି କେହି ଯୁକ୍ତି କରିଥିବାର ଦେଖିବାକୁ ମିଳିଛି। ମୋହିନୀ ଅତ୍ୟନ୍ତ ସରଳତାର ସହ ନୈତିକ ସମର୍ଥନ ପାଇଁ ତାଙ୍କ ମାଆ ପାଇଁ ସେ ଜଣେ ସାଥୀ ଖୋଜୁଛନ୍ତି ବୋଲି ଉତ୍ତର ରଖିଛନ୍ତି।
Follow Us