ଏଡ୍‌ସ ଚିକିତ୍ସା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହେତୁ ଭାରତୀୟ ବଂଶୋଦ୍ଭବ ଦମ୍ପତି ହେଲେ ଆମେରିକାରେ ପୁରସ୍କୃତ

ଏଡ୍‌ସ ଚିକିତ୍ସା କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହେତୁ ଭାରତୀୟ ବଂଶୋଦ୍ଭବ ଦମ୍ପତି ହେଲେ ଆମେରିକାରେ ପୁରସ୍କୃତ

ଜୋହନେସବର୍ଗ: ସାଉଥ୍‌ ଆଫ୍ରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଦମ୍ପତି ସଲିମ ଅବଦୁଲ କରିମ୍‌ ଓ କ୍ୱରେସିଆ ଅବଦୁଲ କରିମଙ୍କୁ ଏଚଆଇଭି/ଏଡସ ୍‌ଚିକିତ୍ସା ଓ ପ୍ରତିରୋଧକ କ୍ଷେତ୍ରରେ ସେମାନଙ୍କର ଅସାଧାରଣ ସଫଳତା ପାଇଁ ପୁରସ୍କୃତ କରାଯାଇଛି । ପ୍ରସିଦ୍ଧ ଜୈବ ଚିକିତ୍ସା ଗବେଷକ ରୋବର୍ଟ ଗେଲେ ଆମେରିକାଠାରେ ଆୟୋଜିତ ହୋଇଥିବା ୧୯ତମ ଅନ୍ତରାଷ୍ଟ୍ରୀୟ ସମ୍ମୀଳନିରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ସଲିମ ଅବଦୁଲ କରିମ୍‌ କଲୋମ୍ବିଆ ବିଶ୍ୱବିଦ୍ୟାଳୟର ଏପିଡ଼େମିୟୋଲୋଜି ବିଭାଗରେ କ୍ୟପ୍ରିସା ପ୍ରଫେସର ଥିବାବେଳେ ତାଙ୍କା ପତ୍ନୀ କ୍ୱରେସିଆ ଅବଦୁଲ କରିମ କ୍ୟପ୍ରିସାର ବୈଜ୍ଞାନିକ ନିର୍ଦ୍ଧେଶକ। ଏହି ଦମ୍ପତି ମହିଳାଙ୍କ ମଧ୍ୟରେ ଏଚଆଇଭି ନିବାରଣ କରିବା ପାଇଁ ନୂତନ ପଦ୍ଧତିର ବିକାଶ ଗବେଷଣା କରୁଥିଲେ।

ଦୀର୍ଘ ୨୦ ବର୍ଷ ଏହି ଦମ୍ପତି ଏଚଆଇଭି ପ୍ରତିଶୋଧକର ମାଇକ୍ରୋବାଇସାଇଡ଼ସ ବିଷୟରେ ଗବେଷଣା କରିଆସୁଥିଲେ। ସେମାନେ ଗବେଷଣା କରି କ୍ୟପ୍ରେସ୍‌ ୦୦୪ ଟେନୋଫୋବିର ଜେଲ ଆବିଷ୍କାର କରିବାରେ ସଫଳ ହୋଇଛନ୍ତି।

publive-image

ସେମାନେ ପ୍ରଥମେ ୨୦୧୦ ମସିହାରେ ଆଣ୍ଟିରିଟ୍ରୋ ଭାଇରାଲ୍‌ସ ଦ୍ୱାରା ଯୌନ ସଂଚାରଣକୁ କିପରି ରୋକାଯାଇ ପାରୁଛି ଜାଣିବାରେ ସମର୍ଥ ହେଲେ। କ୍ୟପ୍ରେସ୍‌ ୦୦୪ ଟେନୋଫୋବିର ଜେଲ ପରୀକ୍ଷଣରେ ସଫଳ ହେବା ପରେ ୨୦୧୦ ମସିହାରେ ତାଙ୍କ ନାମ ୧୦ ଜଣ ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ନାମିତ କରାଗଲା। ଏହା ସାଉଥ୍‌ ଆଫିକା ସମେତ ସମସ୍ତ ଦେଶବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ନ୍ୟୁୟୋର୍କ କଲୋମ୍ବିଆ ବିଶ୍ୱବିଦ୍ୟାଳୟ ଓ ସାଉଥ ଆଫ୍ରିକାର କ୍ୱାଜୁଲୁ-ନେଟାଲ ବିଶ୍ୱବିଦ୍ୟାଳୟରେ ଦୁଇ ଜଣ ଅଧ୍ୟାପନା କାଯ୍ୟର୍ କରୁଛନ୍ତି।

ରର୍ବଟ ଗେଲୋ ଦମ୍ପତିଙ୍କୁ ଦର୍ଶାଇ କହିଛନ୍ତି, "ଏହି ଦୁଇ ପ୍ରତିଷ୍ଠିତ ବୈଜ୍ଞାନିକ ଏଚଆଇଭି/ଏଡସ୍‌ ର ଇତିହାସରେ ଏକ ବଡ଼ ଯୋଗଦାନ ଦେଇଛନ୍ତି । ମୁଁ ଏମିତି କୌଣସି ବ୍ୟକ୍ତିଙ୍କୁ ଜାଣିନି ଯିଏ ଏଚଆଇଭି ରୋଗୀଙ୍କର ଏହିପରି ଯତ୍ନ ନିଅନ୍ତି। ଏହା ସାଧାରଣ ଜନତାଙ୍କୁ ସାହାଯ୍ୟ କରିବ ।"

"ଆମେ ନିଜେ ନୁହେଁ ବରଂ ସମଗ୍ର ଆଫିକାବାସୀଙ୍କ ତରଫରୁ ଏହି ପୁରସ୍କାର ସ୍ୱୀକାର କରୁଛୁ। ଆମେ ଏହି ପୁରସ୍କାର ଗ୍ରହଣ କରିବା ସହ ଲକ୍ଷାଧିକ ଆଫ୍ରିକା ବାସୀଙ୍କୁ ଧନ୍ୟବାଦ ଜଣାଉଛୁ ଯେଉଁମାନଙ୍କ ଏହି ଗବେଷଣା ସମ୍ଭବ ହୋଇନଥାନ୍ତ। ଅଧିକରୁ ଅଧିକ ଏଚଆଇଭି ରୋଗୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଆମ ଲକ୍ଷ ।", କହିଛନ୍ତି ଆଫ୍ରିକାରେ ରହୁଥିବା ଭାରତୀୟ ଦମ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe