କରୋନା ସଂକ୍ରମିତ ମାଲିକଙ୍କୁ ନେଇଯାଉଥିବାର ଦେଖି ଆମ୍ବୁଲାନ୍ସରେ ଚଢ଼ିଗଲା ଛେଳି

Advertisment
କରୋନା ସଂକ୍ରମିତ ମାଲିକଙ୍କୁ ନେଇଯାଉଥିବାର ଦେଖି ଆମ୍ବୁଲାନ୍ସରେ ଚଢ଼ିଗଲା ଛେଳି

oneindia.com

ସିମଡେଗା: କରୋନା ମହମାରୀ ସମୟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖିରେ ଲୁହ ଭରି ଆସୁଛି। କରୋନା ସଂକ୍ରମଣ ଭୟରେ ଲୋକମାନେ ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ କରିବା କି ମୃତଦେହକୁ କାନ୍ଧ ଦେବାକୁ ମନା କରି ଦେଉଥିବା ବେଳେ ଏକ ଛେଳି ତାର କରୋନା ସଂକ୍ରମିତ ମାଲିକ ସହିତ ଯିବାକୁ ଆମ୍ବୁଲାନ୍ସରେ ଚଢ଼ି ଯାଇଥିବା ‌ଦେଖିବାକୁ ମିଳୁଛି।

ଏପରି ଏକ ଘଟଣା ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ବୋଲବା ବ୍ଲକର ମୁଖିଆଟୋଲି ଗାଁରେ ଘଟିଥିବା ଜଣାପଡ଼ିଛି। ମୁଖିଆଟୋଲିରେ କରୋନା ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା। ଏଠାରେ ୫୦ ଜଣଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଦୁଇଜଣ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। କରୋନା ସଂକ୍ରମିତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ପରେ ଏକ ଛେଳିର ଆଚରଣ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସଂକ୍ରମିତ ଥିବା ମାଲିକଙ୍କୁ ଆମ୍ବୁଲାନ୍ସରେ ଚଢ଼ିବା ଦେଖି ତାର ମାଲିକଙ୍କୁ କେଉଁଆଡେ ନେଇ ଯାଉଛନ୍ତି ଭାବି ଗୃହପାଳିତ ଛେଳିଟି ଆମ୍ବୁଲାନ୍ସ ଉପରେ ଚଢ଼ି ଯାଇଥିଲା। ଗାଡ଼ିରୁ ଓହ୍ଲାଇବାକୁ ତାକୁ ଯେତେ ଚେଷ୍ଟା କରାଯାଇଥିଲେ ହେଁ ସେ ଓହ୍ଲାଇ ନଥିଲା। ବହୁ ଚେଷ୍ଟା ପରେ ତାକୁ ତଳକୁ ଓହ୍ଲା ଯାଇଥିଲା।

प्रदेश में 15 हजार से अधिक सक्रिय केस

ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଭାବବିହ୍ବଳ ହୋଇ ଯାଇଥିଲେ। ଯେମିତି ହିଁ ଆମ୍ବୁଲାନ୍ସଟି ତାର ମାଲିକକୁ ନେଇ ଚାଲି ଯାଇଥିଲା ଛେଳିଟି ଘର ପାଖ ଶିଢ଼ି ନିକଟରେ ନିରାଶ ହୋଇ ବସିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe