ଭାରତର ଏହି ମନ୍ଦିରରେ ଭଗବାନଙ୍କୁ ନୁଡୁଲ୍‌ସ , ଫ୍ରାଏଡ୍‌ ରାଇସ୍‌ ଏବଂ ଚକଲେଟ୍‌ ଭୋଗ ଦିଆଯାଇଥାଏ

Advertisment
ଭାରତର ଏହି ମନ୍ଦିରରେ ଭଗବାନଙ୍କୁ ନୁଡୁଲ୍‌ସ , ଫ୍ରାଏଡ୍‌ ରାଇସ୍‌ ଏବଂ ଚକଲେଟ୍‌ ଭୋଗ ଦିଆଯାଇଥାଏ

ଆମ ଦେଶରେ କେତେକ ପ୍ରାଚୀନ ମନ୍ଦିର ଅଛି, ଯାହାର କେତେକ ସ୍ୱତନ୍ତ୍ରତା ରହିଛି। କେତେକ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଉଥିବା ପ୍ରସାଦ ସଂପର୍କରେ ବି ବିଶେଷତ୍ୱ ରହିଛି। କୋଲକାତାର ଟାଙ୍ଗରା ଅଞ୍ଚଳରେ ରହିଛି ଚାଇନିଜ୍‌ କାଳୀ ମନ୍ଦିର। ଏଠାରେ ମହାକାଳୀଙ୍କୁ ପ୍ରସାଦ ରୂପେ ନୁଡୁଲ୍‌ସ ଓ ଫ୍ରାଏଡ୍‌ ରାଇସ୍‌ ପରିବେଷଣ କରାଯାଇଥାଏ। ଭୋଗ ହେବାପରେ ସେହି ପ୍ରସାଦକୁ ଭକ୍ତମାନଙ୍କୁ ବିତରଣ କରାଯାଇଥାଏ। ଏହି କାରଣରୁ ଏହି ମନ୍ଦିରର ନାଆଁ ମଧ୍ୟ ରହିଛି ଚାଇନିଜ୍‌ କାଳୀ ମନ୍ଦିର। ୫୫ ବର୍ଷୀୟ ପୂଜାରୀ ଇସୋନ୍‌ ଚେନ୍‌ ଏହି ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝୁଛନ୍ତି। ଏହି ମନ୍ଦିରରେ ଏହି ଭୋଗ ପାଇ ଭକ୍ତମାନେ ଖୁବ୍‌ ଉତଫୁଲ୍ଲିତ ହୋଇଥାନ୍ତି।

publive-image

କେରଳର ଅଲେପ୍ପାରେ ଥିବା ମୁରୁଗନ୍‌ ଭଗବାନଙ୍କ ମନ୍ଦିର ମଧ୍ୟ ବେଶ୍‌ ପ୍ରସିଦ୍ଧ। ବାଲା ମୁରୁଗନଙ୍କୁ ଚକଲେଟ୍‌ ଖୁବ୍‌ ପସନ୍ଦ। ଏଥିପାଇଁ ଏହି ମନ୍ଦିରରେ ଭଗବାନଙ୍କୁ ଚକଲେଟ୍‌ ଭୋଗ ଆକାରରେ ପ୍ରଦାନ କରାଯାଇଥାଏ। ସେଠାକୁ ଆସୁଥିବା ଭକ୍ତମାନଙ୍କୁ ସେହି ଚକଲେଟ୍‌ ଭୋଗ ହେବାପରେ ବଣ୍ଟାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe