ପିତା-ମାତା ଓ ଗୁରୁଙ୍କ ଘରକୁ ବିନା ନିମନ୍ତ୍ରଣରେ ଯିବା ଦୋଷଯୁକ୍ତ ନୁହେଁ -ଏମିତି କାହିଁକି କହିଥିଲେ ସତୀ

Advertisment
ପିତା-ମାତା ଓ ଗୁରୁଙ୍କ ଘରକୁ ବିନା ନିମନ୍ତ୍ରଣରେ ଯିବା ଦୋଷଯୁକ୍ତ ନୁହେଁ -ଏମିତି କାହିଁକି କହିଥିଲେ ସତୀ

ଦକ୍ଷ ଭଗବାନ ଶିବଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଯଜ୍ଞର ଆୟୋଜନ କରିଲେ, ଯେଉଁଥିରେ ସେ ନିଜ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିଲେ ନାହିଁ।
ଆକାଶମାର୍ଗରୁ ବିମାନରେ ବସି ସମସ୍ତ ଦେବତା,ବିଦ୍ୟାଧର ଓ କିନ୍ନରଗଣଙ୍କୁ ସେହି ଯଜ୍ଞକୁ ଯାଉଥିବାର ଦେଖି ସତୀ ଭଗବାନ ଶିବଙ୍କୁ ପଚାରିଲେ,‘ ପ୍ରଭୋ!ଏମାନେ କୁଆଡ଼େ ଯାଉଛନ୍ତି?’’ଭଗବାନ ଶିବ ଉତ୍ତର ଦେଲେ,‘‘ଏମାନେ ସମସ୍ତେ ତୁମ ପିତାଙ୍କ ଆୟୋଜିତ ଯଜ୍ଞରେ ସମ୍ମିଳିତ ହେବା ଉଦ୍ଦେଶ୍ୟରେ ଯାଉଛନ୍ତି।’’

ସତୀ କହିଲେ,‘‘ପ୍ରଭୋ! ପିତାଙ୍କର ଏହି ଯଜ୍ଞରେ ମୋର ଅନ୍ୟ ଭଉଣୀମାନେ ତ ନିଶ୍ଚିତ ରୂପେ ଯାଉଥିବେ,ମୁଁ ବି ବହୁଦିନ ହେବ ବାପ ଘରକୁ ଯାଇ ନାହିଁ। ଯଦି ଆପଣ ଅନୁମତି ଦେବେ ,ତେବେ ଆମେ ଦୁହେଁ ଯଜ୍ଞ ସ୍ଥଳକୁ ଯିବା।’’
ଭଗବାନ ଶିବ କହିଲେ,‘‘ଦେଖ , ସତୀ ! ପିତା ଆମ ଦୁହିଁଙ୍କୁ ନିମନ୍ତ୍ରଣ କରିନାହାଁନ୍ତି,ଆମେ ସେଠାକୁ ଯିବା କ’ଣ ଉଚିତ ହେବ?
ସତୀ ବୁଝେଇବା ଢ଼ଙ୍ଗରେ କହିଲେ,‘‘ପ୍ରଭୋ! ଏହା ସତ୍ୟ ଯେ ପିତା ଆମ ଦୁହିଁଙ୍କୁ ନିମନ୍ତ୍ରଣ ଦେଇ ନାହାଁନ୍ତି,କିନ୍ତୁ ପିତା-ମାତା ଓ ଗୁରୁଙ୍କ ଘରକୁ ବିନା ନିମନ୍ତ୍ରଣରେ ଯିବା ଦୋଷଯୁକ୍ତ ନୁହେଁ।

publive-image photo-pinterest

ପୁଣି ଭଗବାନ ଶିବ ଯୁକ୍ତି କରିବା ଢ଼ଙ୍ଗରେ କହିଲେଁ,ଏଥିରେ ସନ୍ଦେହ ନାହିଁ ଯେ,ଗୁରୁଜନଙ୍କ ନିମନ୍ତ୍ରଣ ବିନା ଯିବାରେ କିଛି ଦୋଷ ନାହିଁ,କିନ୍ତୁ ଯେଉଁଠି କୌଣସି ବିରୋଧ ହୁଏ,ସେଠାକୁ ଯିବା ଦ୍ୱାରା କୌଣସି ମଙ୍ଗଳ ହେବ ନାହିଁ। ଏଣୁ ତୁମେ ସେଠାକୁ ଯିବାର ବିଚାର ତ୍ୟାଗ କରିବା ଠିକ୍‌ ହେବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe