ଦେଶର ଏହି ସ୍ଥାନରେ ନାହିଁ ଗୋଟିଏ ହେଲେ ଅଳଙ୍କାର ଦୋକାନ; ସୁନା-ରୁପା ବିକିବାକୁ ପାପ ମାନନ୍ତି ଏ ଅଞ୍ଚଳ ଲୋକେ

Advertisment
ସୁନାଦର ୧୦ ଗ୍ରାମ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ଟ.୩୨,୩୫୦ ରେ ପହଞ୍ଚିଲା

ବୈଜନାଥ: ଦେଶରେ ଏମିତି ଗୁଡ଼ାଏ ସ୍ଥାନ ଥିବ ଯେଉଁଠାରେ ସୁନା, ରୁପା ଦୋକାନ ନଥିବ। ମାତ୍ର ହିମାଚଳ ପ୍ରଦେଶର ବୈଜନାଥ ନାମରେ ଏକ ସହର ଏପରି ବି ଅଛି ଯେଉଁଠରେ ଗୋଟିଏ ବି ହେଲେ ଅଳଙ୍କାର ଦୋକାନ ନାହିଁ। ଏମିତି ନୁହେଁ କି, ଏହି ସହରର ଲୋକ ସୁନା-ରୁପା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏଠାକାର ଲୋକମାନଙ୍କ ମନରେ ଧାରଣା ରହିଛି ଯେ ଅଳଙ୍କାର ଦୋକାନ ତାଙ୍କ ଅଞ୍ଚଳ ପାଇଁ ଶୁଭଙ୍କର ନୁହେଁ। ପୂର୍ବରୁ ବି ଯେବେ ଅଳଙ୍କାର ଦୋକାନ ହୋଇଛି ତାହା ଖୁବ୍‌ କ୍ଷତି ସହିଛି ନଚେତ ଦୋକାନରେ ନିଆଁ ଲାଗିଯାଇଛି।

ଏହି ସହରର ବଜାର ଖୁବ୍‌ ପୁରୁଣା। ମାତ୍ର ଏଥିରେ ଗୋଟିଏ ହେଲେ ଅଳଙ୍କାର ଦୋକାନ ନାହିଁ। ବୈଜନାଥରେ କେବଳ ଅଳଙ୍କାର ନୁହେଁ, ବରଂ ଦଶହରା ବି ପାଳନ କରାଯାଏ ନାହିଁ।

publive-image

୧୯୭୪ ମସିହାରେ ଜଣେ ବ୍ୟକ୍ତି ସଂପୃକ୍ତ ଅଞ୍ଚଳରେ ଏକ ଅଳଙ୍କାର ଦୋକାନ ଖୋଲିବାକୁ ଚାହିଁଲେ। ମାତ୍ର ଦୁଃଖର କଥା ହେଉଛି ମାତ୍ର କିଛି ଦିନ ମଧ୍ୟରେ ତାଙ୍କ ଦୋକାନରେ ନିଆଁ ଲାଗିଗଲା। ପରେ ପରେ ଆହୁରି ଦୁଇ ତିନୋଟି ଦୋକାନ ବି ଖୋଲିଥିଲା ସେହି ଅଞ୍ଚଳରେ। ମାତ୍ର ଦୋକାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବା ପରେ ତାହା ବନ୍ଦ ହୋଇଗଲା। ସେଥିପାଇଁ ଏହି ଅଞ୍ଚଳର ଲୋକ ଅଳଙ୍କାର ଦୋକାନ କରିବାକୁ ପାପ ବୋଲି ମାନନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe