ଚର୍ଚ୍ଚାରେ ଚୀନ୍‌ର ଗୋଲ୍‌ଡ କମୋଡ୍‌, ଲାଗିଛି ୪୦,୮୧୫ହୀରା, ଜାଣନ୍ତୁ କେତେ ରହିଛି ଏହାର ଦାମ୍‌?

ଚର୍ଚ୍ଚାରେ ଚୀନ୍‌ର ଗୋଲ୍‌ଡ କମୋଡ୍‌, ଲାଗିଛି ୪୦,୮୧୫ହୀରା, ଜାଣନ୍ତୁ କେତେ ରହିଛି ଏହାର ଦାମ୍‌?

hindustantimes.com

ନୂଆଦିଲ୍ଲୀ : ଚର୍ଚ୍ଚାରେ ଗିନିଜ୍‌ ଓ୍ଵାର୍ଲଡ୍‌ ରେକର୍ଡ କରିଥିବା ଚୀନ୍‌ର ଗୋଲ୍‌ଡ କମୋଡ୍‌ । ସାଙ୍ଘାଇ ଶିଳ୍ପ ମେଳାରେ ଏହାର ଉନ୍ମୋଚନ କରାଯିବା ପରଠାରୁ ଏହା ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । କମୋଡ୍‌କୁ ପ୍ରସ୍ତୁତ କରିବାରେ ସୁନା ଓ ୪୦,୮୧୫ଟି ହୀରା ବ୍ୟବହାର କରାଯାଇଥିବା ବେଳେ ଏହା ବୁଲେଟ ପ୍ରୁଫ୍‌ ବୋଲି ଜଣା ପଡ଼ିଛି । ନଭେମ୍ବର ୫ରେ ପିପୁଲ୍ସ ଡେଲି ଚାଇନା ଏହି କମୋଡ୍‌ର ଫଟୋ ସେୟାର କରିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସୁନା ଓ ହୀରାରେ ତିଆରି ହୋଇଥିବା ଏହି କମୋଡ୍‌ର ଦାମ୍‌ ରହିଛି ୧,୨୦୦,୦୦୦ଡଲାର ।

Gold toilet with bullet-proof seat studded with diamonds. hindustantimes.com

କୋରୋନେଟ୍‌ ବ୍ରାଣ୍ଡ ଏହାକୁ ତିଆରି କରିଥିବା ବେଳେ ଏହାର ସଂସ୍ଥାପକ ଆରୋନ ସମ୍‌ଙ୍କ କହିବା ଅନୁଯାୟୀ, ଆମେ ଏକ ଡାଇମଣ୍ଡ ଆର୍ଟ ମ୍ୟୁଜିୟମ୍‌ ତିଆରି କରିବାକୁ ଯାଉଛୁ, ଯେଉଁଥିରେ ଏଭଳି ଅନେକ ଜିନିଷ ରଖାଯିବ । ଏଭଳି ହେଲେ ଲୋକେ ଏହାକୁ ଦେଖି ଅଧିକ ମଜା ଉଠାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe