ସୁନାର ଘର!

Advertisment
ସୁନାର ଘର!

ବିଶାଳ ସ୍ବର୍ଣ୍ଣ ପ୍ରତିମା, ସ୍ବର୍ଣ୍ଣ ମନ୍ଦିର ଏପରିକି ସୁନା ଛାଉଣୀ ପୋଷାକ ବା ଗାଡ଼ି କଥା ଆମେ ଶୁଣିଛନ୍ତି। ତେବେ ଭିଏତନାମ୍‌ର ଚତୁର୍ଥ ବୃହତ୍ତମ ସହର କାନ୍‌ ଥୋ ବାସିନ୍ଦା ଙ୍ଗୁୟେନ୍‌ ଭାନ୍‌ ଟ୍ରଙ୍ଗ ନିଜ ଘର ଉପରେ ସୁନା ଛାଉଣୀ କରି ଚର୍ଚ୍ଚିତ ହୋଇଛନ୍ତି। ନିର୍ମାଣ କ୍ଷେତ୍ରରେ ନିଜର ବେପାର ସାମ୍ରାଜ୍ୟ ବୃଦ୍ଧି କରାଇଥିବା ଟ୍ରଙ୍ଗ ବିଶ୍ବର ବିଭିନ୍ନ ସହର ପରିଭ୍ରମଣ କଲା ପରେ ନିଜ ଜନ୍ମ ସହରରେ ଏକ ନିଆରା ବିଳାସମୟ କୋଠା ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲେ। ଛଅବର୍ଷ ତଳେ ଜଣେ ଗୃହସଜା ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସେ ନିଜ ବାସଭବନକୁ ସଂପୂର୍ଣ୍ଣ ସୁନାପାତରେ ଆଚ୍ଛାଦିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଦୀର୍ଘ ତିନି ବର୍ଷ ଲାଗିଥିଲା। ତାଙ୍କର ଏହି ନିଆରା ଅଭିଳାଷ ସ୍ବରୂପ ଘରର ଭିତର ଓ ବାହାର କାନ୍ଥ ସମେତ ବିଭିନ୍ନ ଗୃହୋପକରଣ ମଧ୍ୟ ୧୮ କ୍ୟାରେଟ୍‌ ସୁନା ପାତରେ ଛାଉଣି କରାଯାଇଛି।

କାନ୍‌ ଥୋ ସହରର କେନ୍ଦ୍ରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଟ୍ରଙ୍ଗ୍‌ଙ୍କ ଏହି ବାସଭବନ ଏବେ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ତେବେ ବେପାରୀ ଟ୍ରଙ୍ଗ୍‌ ପରିଦର୍ଶନ ପାଇଁ ବହିରାଗତ ପର୍ଯ୍ୟଟକମାନଙ୍କ ଠାରୁ ୪ ଡଲାର ବା ୫୦,୦୦୦ ଡଙ୍ଗ୍‌ (ଭିଏତନାମ ମୁଦ୍ରା) ଲେଖାଏଁ ଆଦାୟ କରୁଛନ୍ତି। ପର୍ଯ୍ୟଟକମାନଙ୍କୁ ତାହା ନିଆରା ଅନୁଭୂତି ଦେଉଥିବା ବେଳେ ଏତେ ପରିମାଣର ସୁନାଛାଉଣି ଦେଖି ତାହା ପ୍ରକୃତ ସୁନା କି ନୁହେଁ ବୋଲି ସେମାନେ ଦ୍ବନ୍ଦ୍ବରେ ପଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe