ରାମଲୀଳାରେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ଦିଆଯିବାର ଦୃଶ୍ୟ ଦେଖି ଚକିତ ହେଲେ ଦର୍ଶକ

ଚଳିତଥର ରାମଲୀଳା ମଇଦାନରେ ପୁଲିସ ଏବଂ ପ୍ରଶାସନ ସମ୍ମୁଖରେ ଅପରାଧୀକୁ ଫାଶୀ ଦିଆଯିବାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା। ଫାଶୀ ଦେଖିବା ପାଇଁ ଘଟଣାସ୍ଥଳରେ ଦର୍ଶକଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

33d552e0-f51d-4dd0-95ba-5389ee3d5019

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଣ୍ଡା ଜିଲ୍ଲାର କରନୈଲଗଞ୍ଜରେ ଦଶହରାର ଗୋଟିଏ ଦିନ ପୂର୍ବରୁ ରାମଲୀଳା କମିଟିର କଳାକାରମାନେ ଫାଶୀ ପ୍ରଦର୍ଶନ କରିଥିଲେ। ଯାହାକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଗହଳି  ଲାଗିଥିଲା।

ଗୋଣ୍ଡା ଜିଲ୍ଲାର କରନୈଲଗଞ୍ଜରେ ପ୍ରାୟ ୨୦୦ ବର୍ଷ ଧରି ରାମଲୀଳା ମଞ୍ଚସ୍ଥ ହୋଇଆସୁଛି। ଯାହା ଉତ୍ତର ପ୍ରଦେଶର ଶ୍ରେଷ୍ଠ ପାଞ୍ଚଟି ରାମଲୀଳା ମଧ୍ୟରୁ ଗୋଟିଏ। ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିବା ରାମଲୀଳାରେ ଦଶହରାର ଗୋଟିଏ ଦିନ ପୂର୍ବରୁ ଅପରାଧିକୁ ଫାଶୀ ଦେବାର ଦୃଶ୍ୟକୁ କମିଟି ସଦସ୍ୟମାନେ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।

ରାମଲୀଳା ମଞ୍ଚଳରେ ପ୍ରଦର୍ଶିତ ହୋଇଥିବା କାହାଣୀଟି ଥିଲା ଏପରି... କାବୁଲର ଜଣେ ବ୍ୟବସାୟୀ ଦଶହରା ମେଳାକୁ ନିଜର ବ୍ୟବସାୟ କରିବା ପାଇଁ ଆସିଥିଲେ। ଏହି ସମୟରେ ତାଙ୍କ ପୁଅ ମଧ୍ୟ ତାଙ୍କ ସହିତ ଥିଲା।ରାମଲୀଳା ପ୍ରଦର୍ଶନ ସମୟରେ ଜଣେ ଅପରାଧୀ ତାଙ୍କର ଜିନିଷପତ୍ର ଏବଂ ନଗଦ ଟଙ୍କା ଲୁଟିବାକୁ ଆରମ୍ଭ କରିଥିଲା। ବ୍ୟବସାୟୀଙ୍କ ପୁଅ ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ତାକୁ ହତ୍ୟା କରି ପଳାଇ ଯାଇଥିଲା।

ଏହା ପରେ ବ୍ୟବସାୟୀ ଜଣକ ଥାନାରେ ଏକ ରିପୋର୍ଟ ଦାଖଲ କରିଥିଲେ। ପୁଲିସ ଅପରାଧୀକୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ରାମଲୀଳା ମଇଦାନରେ ପୁଲିସ ଏବଂ ପ୍ରଶାସନ ସମ୍ମୁଖରେ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଚଳିତଥର ମଞ୍ଚସ୍ଥ ହୋଇଥିବା ଏହି ନାଟକ ବେଶ ଚର୍ଚ୍ଚାର ପରିସରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe