ଝିଟିପିଟି ବା ପଲ୍ଲୀ ପତନରୁ ଜଣା ପଡୁଥିବା ଭଲମନ୍ଦ

Advertisment
ଝିଟିପିଟି ବା ପଲ୍ଲୀ ପତନରୁ ଜଣା ପଡୁଥିବା ଭଲମନ୍ଦ

ପଲ୍ଲୀ ବା ଝିଟିପିଟିକୁ ଅନେକେ ସନ୍ଦେହ ଚକ୍ଷୁରେ ଦେଖନ୍ତି। କେବେ କେବେ କବାଟ ଫାଟ, ଛାତ, କାନ୍ଥ ହଠାତ୍‌ ଝିଟିପିଟି ମୁଣ୍ଡ, କାନ୍ଧ, ପିଠି ଏବଂ ପାଦ ଉପରକୁ ଖସି ପଡ଼ିଥାଏ। ଏହାକୁ ପଲ୍ଲୀପତନ କହନ୍ତି। ଏଥିରୁ ବ୍ୟକ୍ତିଙ୍କର ଓ ତାଙ୍କ ସମ୍ପର୍କୀୟଙ୍କର ଭଲମନ୍ଦର ଆଭାସ ମିଳେ ବୋଲି ତିରୁମଲ ତିରୁପତି ଦେବସ୍ଥାନ ପଞ୍ଚାନଗମ କହନ୍ତି।

ଝିଟିପିଟି ମୁଣ୍ଡର ପଶ୍ଚାତ୍‌ ଭାଗରେ ପଡ଼ିଲେ, ଏହା ମାମୁଙ୍କର ଦୁର୍ଭାଗ୍ୟର ସୂଚନା ବୋଲି ବୁଝିବାକୁ ପଡ଼ିବ।

ଯଦି କାହା ମୁଣ୍ଡର ମଝିରେ ଝିଟିପିଟି ପଡ଼ିଲା, ଜାଣ ସେ ବ୍ୟକ୍ତି ଅସୁସ୍ଥ ହେବେ।

ଝିଟିପିଟି ମୁଣ୍ଡର ଠିକ୍‌ ଭଅଁର ଉପରେ ପଡ଼ିଲେ ମୃତ୍ୟୁ ଯୋଗ ବୋଲି କୁହାଯାଏ।

ଝିଟିପିଟି ଯଦି ଭଅଁର ତଳକୁ ପଡ଼େ, ତାହା ସୌଭାଗ୍ୟ ଆସିବାର ଆଭାସ ବୋଲି ଜାଣ।

publive-image
ଯଦି ଝିଟିପିଟି କେବଳ କେଶ ଉପରେ ପଡ଼େ, ହଇରାଣ ଯୋଗ ଅଛି ବୋଲି ଜାଣନ୍ତୁ।

ପୁରୁଷର ଦକ୍ଷିଣ ପାର୍ଶ୍ୱରେ ଝିଟିପିଟି ପଡ଼ିଲେ ଶୁଭ ଫଳ ମିଳେ। ବାମ ପାର୍ଶ୍ୱରେ ପଡ଼ିବା ଦୁର୍ଦ୍ଦଶାର ସୂଚନା।

ମହିଳାମାନଙ୍କ କ୍ଷେତ୍ରରେ ଏହା ବିପରୀତ। ମହିଳାଙ୍କ ଡାହଣ ପଟରେ ପଲ୍ଲୀପତନ ହେଲେ ଦୁର୍ଭାଗ୍ୟ, ବାମ ପାର୍ଶ୍ୱରେ ପଡ଼ିଲେ ସୌଭାଗ୍ୟ ବୋଲି କୁହାଯାଏ।

ତାମିଲନାଡୁର କାଞ୍ଚିପୁରମ୍‌ ଅନ୍ତର୍ଗତ ଶ୍ରୀଭରଦ୍ୱାଜ ସ୍ୱାମୀଙ୍କ ମନ୍ଦିରରେ ସୁନା ଓ ରୁପାର ଝିଟିପିଟି ପିତୁଳା ରହିଛି। ଭକ୍ତିର ସହ ଯଦି କେହି ଏହି ଝିଟିପିଟିକୁ ସ୍ପର୍ଶ କରେ ତା’ର ପଲ୍ଲୀପତନ ଜନିତ ରିଷ୍ଟ ଖଣ୍ଡନ ହୋଇଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe