ମହିଳାଙ୍କ ପ‌ାଇଁ ମହୈାଷଧି

Advertisment

ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବେକା ସମୟରେ ଚିନ୍ତାର ବିଷୟ ହୋଇଗଲାଣି। ଖାଲି କର୍ମଜୀବୀ ମହିଳା ନୁହନ୍ତି ବରଂ ଗୃହିଣୀଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି। ବିଶେଷ କରି ରକ୍ତଚାପ, ଶରୀର କ୍ଳାନ୍ତ, ସାଇଟିକା ଅବସାଦ, ବ୍ରେଷ୍ଟ କ୍ୟାନ୍‌ସର୍‌ ପରି ଗୁରୁତର ସମସ୍ୟା ଦେଖିବାକୁ ମିଳୁଛି।

ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବେକା ସମୟରେ ଚିନ୍ତାର ବିଷୟ ହୋଇଗଲାଣି। ଖାଲି କର୍ମଜୀବୀ ମହିଳା ନୁହନ୍ତି ବରଂ ଗୃହିଣୀଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି। ବିଶେଷ କରି ରକ୍ତଚାପ, ଶରୀର କ୍ଳାନ୍ତ, ସାଇଟିକା ଅବସାଦ, ବ୍ରେଷ୍ଟ କ୍ୟାନ୍‌ସର୍‌ ପରି ଗୁରୁତର ସମସ୍ୟା ଦେଖିବାକୁ ମିଳୁଛି।

dgdgddg

ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବେକା ସମୟରେ ଚିନ୍ତାର ବିଷୟ ହୋଇଗଲାଣି। ଖାଲି କର୍ମଜୀବୀ ମହିଳା ନୁହନ୍ତି ବରଂ ଗୃହିଣୀଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେଉଛି। ବିଶେଷ କରି ରକ୍ତଚାପ, ଶରୀର କ୍ଳାନ୍ତ, ସାଇଟିକା ଅବସାଦ, ବ୍ରେଷ୍ଟ କ୍ୟାନ୍‌ସର୍‌ ପରି ଗୁରୁତର ସମସ୍ୟା ଦେଖିବାକୁ ମିଳୁଛି। ଏସବୁ ରୋଗ ପାଇଁ ଡାକ୍ତରୀ ଚିକିତ୍ସା ଖର୍ଚ୍ଚବହୁଳ ହେଉଛି। ଯାହାକି ଗୋଟେ ସାଧାରଣ ବର୍ଗ ପରିବାର ପାଇଁ ଏକପ୍ରକାର ଅସମ୍ଭବ କହିଲେ ଚଳେ। ତେଣୁ ଏପରି ଅବଶ୍ୟମ୍ଭାବୀ ଖର୍ଚ୍ଚକୁ ଏଡ଼ାଇବା ପାଇଁ ମହିଳାମାନଙ୍କୁ ମୁଖ୍ୟତଃ ସଚେତନ ହେବାକୁ ପଡ଼ିବ। ଡାକ୍ତରୀ ଔଷଧ ବଦଳରେ ସଚେତନ ହୋଇ ଘରୋଇ ଚିକିତ୍ସା କରାଇଲେ ଯାବତୀୟ ରୋଗ ଆପଣଙ୍କ ପାଖ ମାଡ଼ିବନି। ତେବେ ଆସନ୍ତୁ ଜାଣିବା, ଆପଣଙ୍କ ମସଲା ଡବାରେ ଥିବା କିିଛି ଜିନିଷ କିପରି ଆପଣଙ୍କୁ ଯାବତୀୟ ରୋଗରୁ ରକ୍ଷା କରିବ...

ଧନିଆ ମଞ୍ଜି: ଧନିଆ ମଞ୍ଜି ଖାଇବା ଦ୍ବାରା ଅନେକ ପ୍ରକାର ରୋଗରୁ ଉପଶମ ମିଳିଥାଏ। ଶରୀରରୁ ବର୍ଜ୍ୟ ନିଷ୍କାସନ କରିବା ସହିତ ରକ୍ତକୁ ସଫା ରଖିଥାଏ। ବିଭିନ୍ନ ପେଟରୋଗ ତଥା ଆଣ୍ଠୁଗଣ୍ଠି ପୀଡ଼ାରୁ ‌ମଧ୍ୟ ମୁକ୍ତି ମିଳିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ। ଯାହାକି ଶରୀରକୁ ବଳ ଯୋଗାଇବା ସହିତ ନାନା ରୋଗରୁ ଦୂରେଇ ରଖିଥାଏ। ଏହା ଋତୁସ୍ରାବ ଜନିତ ପୀଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ। ଉଷୁମ ପାଣିରେ ଧନିଆକୁ ଭିଜାଇ ଏହାର ପାଣି ସକାଳୁ ଖାଲି ପେଟରେ ପିଇବା ଦ୍ବାରା ଲାଭଦାୟକ ‌େହାଇଥାଏ। ଏହାଛଡ଼ା ଆପଣ ଧନିଆ ପତ୍ର ଚଟଣିକୁ ମଧ୍ୟ ଖାଦ୍ୟରେ ସାମିଲ କରିପା‌ରିବେ।

ଜୁଆଣି: ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌, ଫ୍ୟାଟ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିୟମ୍‌, ଥିଆମାଇନ୍‌, ରିବୋଫ୍ଲୋବିନ୍‌, ଫସ୍‌ଫରସ୍‌, ଆଇରନ୍‌ ଆଦି ପୋଷକତତ୍ତ୍ବ ଭରପୂର ଥାଏ। ଜୁଆଣି ପାଣିକୁ ପିଇବା ଦ୍ବାରା ବଦହଜମି, ଗ୍ୟାସ୍‌ ସମସ୍ୟା, ପେଟଫୁଲା ଆଦି ରୋଗରୁ ମୁକ୍ତି ମିଳିଥାଏ। ଜୁଆଣି ଋତୁସ୍ରାବ ଯନ୍ତ୍ରଣା ମଧ୍ୟ ଲାଘବ କରିଥାଏ। ଜୁଆଣି ଡିଟକ୍ସ ଭଳି କାମ କରିଥାଏ। ଯାହାଦ୍ବାରା ଶରୀରର ବର୍ଜ୍ୟ ନିଷ୍କାସିତ ହୋଇଥାଏ। ମେଦବହୁଳତା, ଓଜନ ନିୟନ୍ତ୍ରଣ ଆଦି ହ୍ରାସ କରିବ। ସକାଳୁ ଖାଲିପେଟରେ ଜୁଆଣି ପା‌ଣି ପିଇ‌େଲ ମହିଳାମାନଙ୍କ ପାଇଁ ଲାଭଦାୟକ। ଗର୍ଭଧାରଣ ପରେ ଶରୀରରେ ରକ୍ତସଂଚାଳନ ପାଇଁ ମଧ୍ୟ ଏହା ଉପକାରୀ। ଏହାକୁ ରୁଟି, ପରଟାରେ ମଧ୍ୟ ପକାଇ ଖାଇପାରିବେ।

ପାନମଧୁରି: ପାନମଧୁରି ଖାଲି ଏକ ମସଲା ନୁହେଁ। ଏଥିରେ ରହିଛି ବିଭିନ୍ନ ରୋଗ ଉପଶମର ଔଷଧୀୟ ଗୁଣ। ପାନମଧୁରିରେ ଆଇରନ୍‌, ମିନେରାଲ୍‌, ପୋଟାସିୟମ୍‌, ଭିଟାମିନ୍‌ ସି ଭଳି ପୋଷକ ତତ୍ତ୍ୱ ଭରି ରହିଛି। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଓଜନ କମାଇବା ପାଇଁ ପାନମହୁରି ପାଣି ମହୌଷଧି ଭାବେ ‌କାମ କରେ। ଏହା ପାଣି ପିଇଲେ ଶରୀର ଥଣ୍ଡା ରହେ। ଟ୍ରାନ୍ସ-ଆନାଥୋଲ୍‌ ଉପାଦାନ ଥିବାରୁ ଏଥିରେ ଆଣ୍ଟିଭାଇରାଲ୍‌ ଗୁଣ ରହିଥାଏ। ଏହାସହ ପାନମଧୁରି ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ଯାହାଦ୍ବାରା ରୋଗ ସଂକ୍ରମଣ ଆଶଙ୍କା କମିଯାଏ। ପାନମଧୁରିକୁ ମିଶ୍ରି ସହିତ ମିଶାଇ ଗୁଣ୍ଡ କରି ଉଷୁମ ପାଣି ସହିତ ଖାଲିପେଟରେ ଖାଇଲେ ଗ୍ୟାସ୍‌ ଓ କନ୍‌ଷ୍ଟିପେସନ୍‌ ସହିତ ପେଟର ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏହା ମହିଳାମାନଙ୍କ ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe