କେଉଁ ବିଷୟରେ ଜାଣିବା ପାଇଁ ବ୍ୟାକୁଳ ହେଉଛନ୍ତି ଲୋକ:ନୂଆବର୍ଷ ଆରମ୍ଭରୁ ଏହି ସବୁ ବିଷୟରେ ହୋଇଛି ଅଧିକ ଗୁଗୁଲ୍‌ ସର୍ଚ

କେଉଁ ବିଷୟରେ ଜାଣିବା ପାଇଁ ବ୍ୟାକୁଳ ହେଉଛନ୍ତି ଲୋକ:ନୂଆବର୍ଷ ଆରମ୍ଭରୁ ଏହି ସବୁ ବିଷୟରେ ହୋଇଛି ଅଧିକ ଗୁଗୁଲ୍‌ ସର୍ଚ

ନିକଟରେ ଜାଣିବାକୁ ମିଳିଛି ଯେ ଜାନୁଆରି ପହିଲାରୁ ନେଇ ଏହି ୯ ଦିନ ଭିତରେ ବ୍ୟକ୍ତି ସବୁଠାରୁ ବେଶି ଓଜନ କମାଇବା ସଂପର୍କରେ ଗୁଗୁଲ୍‌ରେ ସର୍ଚ କରିଛନ୍ତି। କ’ଣ ଖାଇବାକୁ ହେବ, କି ପ୍ରକାର ବ୍ୟାୟାମ କରିବାକୁ ହେବ ଆଦି ଗୁଗୁଲ୍‌ ସର୍ଚ୍ଚ ହୋଇଛି। ଜାଣିବାକୁ ମିଳିଛି ଯେ ମୋଟାପଣ କମାଇବା ଆଜିକାଲି ଲୋକଙ୍କର ଯେପରି ନିହାତି ଆବଶ୍ୟକ ହୋଇଯାଇଛି।

ଏହା ବ୍ୟତୀତ ନୂଆବର୍ଷ ସଂକଳ୍ପ ବିଷୟରେ ମଧ୍ୟ ଅନେକ ଲୋକେ ସର୍ଚ କରିଛନ୍ତି। ପ୍ରଥମେ ଏହି ନୂଆବର୍ଷ ସଂକଳ୍ପ ବା ନିୟୁଇୟର୍‌ ରିଜୋଲ୍ୟୁସନ୍‌ କିଏ କେବେ ଓ କେଉଁ ପରିସ୍ଥିତିରେ ନେଇଥିଲେ ସେ ବିଷୟରେ ଜାଣିବା ପାଇଁ ଅନେକ ଲୋକ ନିଜ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଗୁଗୁଲ୍‌ରୁ ଜାଣିବାକୁ ମିଳିଛି।

publive-image

ଅନେକ ଲୋକ ପ୍ରଦର୍ଶନୀ ସ୍ଥାନଗୁଡ଼ିକ ବିଷୟରେ ଜାଣିବାକୁ ମଧ୍ୟ ସର୍ଚ କରିଛନ୍ତି। ଶୀତ ଦିନେ କେଉଁ ସ୍ଥାନ ଭ୍ରମଣ କରିବା ପାଇଁ ଭଲ। କେଉଁ ସ୍ଥାନର କ’ଣ ବିଶେଷତ୍ୱ ଆଦି ଗୁଗୁଲ୍‌ରେ ସର୍ଚ୍ଚ ହୋଇଛି।

ଏସବୁକୁ ବାଦ୍‌ ଦେବା ପରେ ଜିମ୍‌ ସେଣ୍ଟର୍‌ ବି ବହୁତ ସର୍ଚ କରିଛନ୍ତି ଗୁଗୁଲ୍‌ ବ୍ୟବହାରକାରୀ। ନିକଟସ୍ଥ ଜିମ୍‌ଗୁଡ଼ିକ ବିଷୟରେ ଜାଣିବାକୁ ଚାହିଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe