ସ୍ବାମୀ ମରିଯିବାର ୧୦ ବର୍ଷ ପରେ ଅନ୍ୟତ୍ର ବିବାହ କଲେ ମହିଳା; ବାହା କରାଇଲେ ଗାଁ ଲୋକ

ସ୍ବାମୀ ମରିଯିବାର ୧୦ ବର୍ଷ ପରେ ଅନ୍ୟତ୍ର ବିବାହ କଲେ ମହିଳା; ବାହା କରାଇଲେ ଗାଁ ଲୋକ

ଲକ୍ଷ୍ନୌ: ବିବାହ ଋତୁ ଆରମ୍ଭ ହୋଇଗଲାଣି। ଏହି ଅବସରରେ ଉତ୍ତରପ୍ରଦେଶର ଗୋରଖପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି କି ଗୋରଖପୁରର ଦଦରି ଗ୍ରାମରେ ଜଣେ ୪୨ ବର୍ଷୀୟା ବିଧବା ମହିଳାଙ୍କର ଦ୍ବିତୀୟ ବିବାହ ହୋଇଛି। ତେବେ ତାଙ୍କ ବିବାହ ହୋଇଛି ଜଣେ ୨୨ ବର୍ଷୀୟ ଯୁବକଙ୍କ ସହ। ସୂଚନାରୁ ପ୍ରକାଶ ଯେ ୬ ବର୍ଷ ତଳେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ସେ ଜଣେ କୁଆଁରା ଯୁବକଙ୍କୁ ମନ ଦେଇ ବସିଲେ। ଏକଥା ଗାଁ ଲୋକ ଜାଣିବା ପରେ ସେ ଦୁହିଁଙ୍କର ବିବାହ କରାଇ ଦେଇଛନ୍ତି।

ପ୍ରଥମ ସ୍ବାମୀଙ୍କଠାରୁ ମହିଳାଙ୍କର ୧୦ ପିଲା ଥିଲେ। ୬ ପୁଅ ଓ ୪ ଝିଅଙ୍କ ମାଆ ବନି ସାରିଥିବା ଏହି ମହିଳା ଜଣଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାଟି ହେଉଛି ଗୋରଖପୁର ଜିଲ୍ଲାର ବଡ଼ହଲଗଞ୍ଜର ଦଦରି ଗାଁର।

ଗାଁର ମହିଳା ସୋନି ଦେବୀଙ୍କ ସ୍ବାମୀ ବିଜୟ ଶର୍ମାଙ୍କର ୬ ବର୍ଷ ତଳେ ଦେହାନ୍ତ ହେବା ପରେ ସେ ଖୁବ୍ ଏକଲା ହୋଇ ଯାଇଥିଲେ। ସ୍ବାମୀଙ୍କ ନିଧନ ପରେ ୧୦ ପିଲାଙ୍କ ବୋଝ ସୋନି ଦେବୀଙ୍କ ଉପରେ ଆସି ଯାଇଥିଲା। ସୋନି ଦେବୀଙ୍କ ସବୁଠାରୁ ବଡ଼ ପୁଅର ବୟସ ୨୨ ବର୍ଷ।

ଏହା ମଧ୍ୟରେ କୌଣସି ମତେ ସୋନି ଦେବୀ ସ୍ଥାନୀୟ ଏକ କଲେଜରେ ଛୋଟମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ଲାଗିଲେ। କିିଛି ଦିନ ପରେ ତାଙ୍କ ନିକଟ ଗ୍ରାମର ୪୦ ବର୍ଷୀୟ ଯୁବକ ବାଲେନ୍ଦ୍ରଙ୍କ ସହ ସୋନୀ ଦେବୀଙ୍କର ପରିଚୟ ହେଲା। ପରିଚୟ ଦେଖ ଦେଖୁ ପ୍ରେମରେ ପରିଣତ ହୋଇଗଲା। ପାଞ୍ଚ ବର୍ଷ ପରସ୍ପରଙ୍କୁ ପ୍ରେମ କରିବା ପରେ ଶେଷରେ ଗ୍ରାମ ଲୋକ ସେମାନଙ୍କ ସଂପର୍କ ବିଷୟରେ ଜାଣିବାକୁ ସେମାନଙ୍କ ବିବାହ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe