ଜୋରେମେ : ଯେଉଁଠି ଦେଖିବାକୁ ମିଳେ ପଥର-କଟା ଗିର୍ଜାର ଅବଶେଷ

ଜୋରେମେ : ଯେଉଁଠି ଦେଖିବାକୁ ମିଳେ ପଥର-କଟା ଗିର୍ଜାର ଅବଶେଷ

britannica.com

ଟର୍କିର କାପାଡୋସିଆ ଅନ୍ତର୍ଗତ ଜୋରେମେ ନେସ୍‌ନାଲ୍‌ ପାର୍କ‌୍‌କୁ ୧୯୮୫ରେ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଥିଲା। ପ୍ରାଚୀନ କାଳରେ ପଥର କାଟି ଗୁମ୍ଫା ଓ ଧର୍ମାନୁଷ୍ଠାନରେ ପରିଣତ କରାଯାଉଥିଲା। ଜୋରେମେରେ ଗୁଡ଼ିଏ ପଥର-କଟା ଗିର୍ଜାର ଅବଶେଷ ଦେଖିବାକୁ ମିଳେ। କାପାଡୋସିଆ ଉପତ୍ୟକାରେ ଦେଢ଼ ଶହରୁ ଅଧିକ ପଥର-କଟା ଗିର୍ଜା ରହିଛି। କେତେକ ଭଲ ଅବସ୍ଥାରେ ଅଛି; କେତେକ ଧ୍ୱଂସାଭିମୁଖୀ।

publive-image gounesco.com

ଏକଦା ସେହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ଥିଲା। ରାଜ-ଦଣ୍ତ ଭୟରେ ବାସସ୍ଥାନ ଛାଡ଼ୁଥିବା କିରସ୍ତାନମାନେ କାପାଡୋସିଆରେ ଆଶ୍ରୟ ନେଉଥିଲେ। ସେମାନେ ପଥର କାଟି ଘର କରି ରହିବା ସହ ପ୍ରାର୍ଥନା ପାଇଁ ଗିର୍ଜାମାନ ଗଢ଼ିଥିଲେ। ଆଗ୍ନେୟଗିରି ଉଦ୍‌ଗିରଣରୁ ସୃଷ୍ଟ ସେଠାକାର ସ୍ତୂପାକୃତି ବିଶାଳ ପ୍ରସ୍ତର ଖଣ୍ତମାନ ଅପେକ୍ଷାକୃତ ନରମ ହୋଇଥିବାରୁ କାଟିବା ସହଜ ଥିଲା। କେତେକ ପଥର-କଟା ଗିର୍ଜା କାନ୍ଥରେ ପ୍ରଭୁ ଜିସୁଙ୍କ ଜୀବନ ସ˚ପର୍କିତ ରଙ୍ଗିନ ଛବି ଏବେ ବି ଲିଭିନାହିଁ। ପ୍ରଥମ ଶତାବ୍ଦୀରୁ ପଞ୍ଚମ ଶତାବ୍ଦୀ ଭିତରେ ଗିର୍ଜାଗୁଡ଼ିକ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ। ଏକଦା କାପାଡୋସିଆରେ କିରସ୍ତାନଙ୍କ ସ˚ଖ୍ୟା ପ୍ରାୟ ଅଶୀ ହଜାର ଥିଲା। ଏବେ ମଧ୍ୟ ଗୁହାଗୁଡ଼ିକରେ ବେଶ୍‌ କିଛି ସ˚ଖ୍ୟକ ଲୋକ ବାସକରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe