ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସପ୍ତାହକୁ ଦିନେ କ୍ଷେତରେ କାମ କରନ୍ତି ଏହି ମହିଳା ସରକାରୀ ଅଧିକାରୀ

Advertisment
ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସପ୍ତାହକୁ ଦିନେ କ୍ଷେତରେ କାମ କରନ୍ତି ଏହି ମହିଳା ସରକାରୀ ଅଧିକାରୀ

www.thebetterindia.com

ହାଇଦ୍ରାବାଦ୍‌: କୌଣସି ବି କାମ ଛୋଟ ହୋଇ ନଥାଏ। ଯେକୌଣସି ବି କାମ କରିବାକୁ ଇଚ୍ଛାଶକ୍ତିର ଆବଶ୍ୟକତା ଥାଏ। ଏହାର ପ୍ରମାଣ ଦେଇଛନ୍ତି ଜଣେ ସରକାରୀ ଅଧିକାରୀ। ଆପଣ କେବେ କୌଣସି ସରକାରୀ ସବ୍‌-ରେଜିଷ୍ଟାର୍‌ଙ୍କୁ ବିଲରେ କାମ କରିବାର ଦେଖିଛନ୍ତି? ତେଲେଙ୍ଗାନାର ଦୁଇଟି ଜିଲ୍ଲା ମୁଲୁଗୁ ଏବଂ ଜୟଶଙ୍କର ଭୁପାଲପାଲିରେ କାର୍ଯ୍ୟ କରୁଥିବା ଜଣେ ସବ-ରେଜିଷ୍ଟ୍ରାର ତସଲିମା ମହମ୍ମଦ ହେଉଛନ୍ତି ତାହାର ଜ୍ବଳନ୍ତ ଉଦାହରଣ। ସେ ତାଙ୍କର ସାପ୍ତାହିକ ଛୁଟି ଦିନରେ ଜଣେ ଶ୍ରମିକ ଭାବେ କ୍ଷେତରେ କାମ କରନ୍ତି ଓ ଉପାର୍ଜିତ ଅର୍ଥକୁ ଅଭାବୀ ଲୋକମାନଙ୍କ ଉଦ୍ଦେଶ୍ୟରେ ଦାନ କରନ୍ତି।

ତସ୍‌ଲିମା କହନ୍ତି, ‘“ମୁଁ ସପ୍ତାହକ ମଧ୍ୟରେ ଚାଷ କାର୍ଯ୍ୟରୁ ୨୨୫୦ ଟଙ୍କା, କିମ୍ବା ବେଳେବେଳେ ୩୦୦୦ ଟଙ୍କା ରୋଜଗାର କରେ। ମୁଁ ସକାଳ ୯ ଟାରୁ ୫ ଟା ପର୍ଯ୍ୟନ୍ତ କାମ କରେ। ମୁଁ ରୋଜଗାର କରୁଥିବା ଟଙ୍କାକୁ ଅଭାବୀ ଲୋକଙ୍କ ପାଇଁ ଖର୍ଚ୍ଚ କରେ ନହେଲେ ମୋ ସହ କାର୍ଯ୍ୟ କରୁଥିବା କୃଷକ ସହଯୋଗୀମାନଙ୍କୁ ଦେଇଥାଏ।’

publive-image www.thebetterindia.com

ଜଣେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରିଦେଲେ ଯେ ସମାଜ ପାଇଁ ସବୁ କର୍ତ୍ତବ୍ୟ ସରିଗଲା ତାହା ନୁହେଁ। ବରଂ ଅହୁରି ଅନେକ ଉପାୟରେ ସମ‌ାଜର ହିତ କରାଯାଇପାରେ ବୋଲି ଚିନ୍ତା କରି ତସ୍‌ଲିମା ଏପରି ନିଷ୍ପତ୍ତି ନେଇଛନ୍ତି। ଏହି କାମ ହିଁ ତାଙ୍କୁ ପ୍ରକୃତ ଆତ୍ମସନ୍ତୋଷ ଦେଉଛି ବୋଲି ସେ କହିଛନ୍ତି।

ତସଲିମା କ୍ଷେତରେ ହଳ କରିବା ଏବଂ ଅନ୍ୟାନ୍ୟ ଆବଶ୍ୟକ କରୁଥିବା ସମସ୍ତ କାର୍ଯ୍ୟ କରିଥାନ୍ତି। ଗତ ୬ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ବାପାଙ୍କର ନକ୍ସଲ୍‌ ଆକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ମାଆ ତାଙ୍କୁ କ୍ଷେତ କାର୍ଯ୍ୟ କରି ବଡ଼ କରିଥିଲେ। ସେ କହନ୍ତି କି ପିଲାଟି ଦିନରୁ ତାଙ୍କର କୃଷି କାର୍ଯ୍ୟ ପ୍ରତି ଦୁର୍ବଳତା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe