ଗ୍ରାମୋଫୋନ୍‌ ଗାର୍ଲ

Advertisment

ଗୌହର‌୍ ଜାନ୍‌ କୋଲକାତାର ଜଣେ ପ୍ରତିଷ୍ଠିତ ଗାୟିକା ଓ ନୃତ୍ୟଶିଳ୍ପୀ ଥିଲେ। ସେ ସମ୍ଭବତଃ ଭାରତର ପ୍ରଥମ ସେଲିବ୍ରିଟି ଗାୟିକା ହୋଇପାରନ୍ତି। ପ୍ରାୟ ୧୯୦୨ ମସିହାରେ ଭାରତରେ ନୂତନ ୭୮ ଆର୍‌ପିଏମ୍‌ ରେକର୍ଡରେ ସଙ୍ଗୀତ ରେକର୍ଡ କରିବା ପାଇଁ ସେ ଅଡିଓ ହାଉସ୍‌ଗୁଡ଼ିକର ପ୍ରଥମ ପସନ୍ଦ ମଧ୍ୟରୁ ଜଣେ ଥିଲେ।

ଗୌହର‌୍ ଜାନ୍‌ କୋଲକାତାର ଜଣେ ପ୍ରତିଷ୍ଠିତ ଗାୟିକା ଓ ନୃତ୍ୟଶିଳ୍ପୀ ଥିଲେ। ସେ ସମ୍ଭବତଃ ଭାରତର ପ୍ରଥମ ସେଲିବ୍ରିଟି ଗାୟିକା ହୋଇପାରନ୍ତି। ପ୍ରାୟ ୧୯୦୨ ମସିହାରେ ଭାରତରେ ନୂତନ ୭୮ ଆର୍‌ପିଏମ୍‌ ରେକର୍ଡରେ ସଙ୍ଗୀତ ରେକର୍ଡ କରିବା ପାଇଁ ସେ ଅଡିଓ ହାଉସ୍‌ଗୁଡ଼ିକର ପ୍ରଥମ ପସନ୍ଦ ମଧ୍ୟରୁ ଜଣେ ଥିଲେ।

djdggjjgjg

ଗୌହର‌୍ ଜାନ୍‌ କୋଲକାତାର ଜଣେ ପ୍ରତିଷ୍ଠିତ ଗାୟିକା ଓ ନୃତ୍ୟଶିଳ୍ପୀ ଥିଲେ। ସେ ସମ୍ଭବତଃ ଭାରତର ପ୍ରଥମ ସେଲିବ୍ରିଟି ଗାୟିକା ହୋଇପାରନ୍ତି। ପ୍ରାୟ ୧୯୦୨ ମସିହାରେ ଭାରତରେ ନୂତନ ୭୮ ଆର୍‌ପିଏମ୍‌ ରେକର୍ଡରେ ସଙ୍ଗୀତ ରେକର୍ଡ କରିବା ପାଇଁ ସେ ଅଡିଓ ହାଉସ୍‌ଗୁଡ଼ିକର ପ୍ରଥମ ପସନ୍ଦ ମଧ୍ୟରୁ ଜଣେ ଥିଲେ।  ୮ ନଭେମ୍ବର ୧୯୦୨ରେ ଗୌହର୍‌ ଜାନ୍‌ ଭାରତର ପ୍ରଥମ ରେକର୍ଡିଂ ଭାବେ ‘ରାଗ୍‌ ଯୋଗିଆ’ର ଏକ ଖୟାଲ୍‌ ଗାଇଥିଲେ ଯାହାକୁ ଗ୍ରାମୋଫୋନ୍‌ କମ୍ପାନିର ଫ୍ରେଡ୍‌ ଗାଇସ୍‌ବର୍ଗ ରେକର୍ଡ କରିଥିଲେ। ଏଥିପାଇଁ ସେ ଭାରତର ‘ଗ୍ରାମୋଫୋନ୍‌ ଗାର୍ଲ’ ଭାବରେ ପରିଚିତ ହୋଇଥିଲେ। ଗୌହର୍‌ ଜାନ୍‌ ଠୁମ୍‌ରୀ, ଦାଦରା, କଜ୍‌ରି, ଚୈତି ଓ ଭଜନର ତାଙ୍କର ସ୍ବତନ୍ତ୍ର ପରିବେଷଣ ପାଇଁ ସେ ଜଣାସୁଣା। ଗୌହର୍‌ ଜାନ୍‌ ୨୦ଟି ଭାଷାରେ ଠୁମ୍‌ରୀ ଓ ଭଜନ ଆଦି ଗୀତ ଗାଇଥିଲେ। ସେ ପ୍ରାୟ ୬୦୦ ଗୀତ ରେକର୍ଡ କରିଥିଲେ। 
ଗୌହର୍‌ ଜାନ୍‌ଙ୍କ ଜନ୍ମ ୨୬ ଜୁନ୍‌ ୧୮୭୩ରେ ଆଜମଗଡ଼ରେ ଆର୍ମେନିଆନ୍‌ ବଂଶଧର ପରିବାରରେ ଏଲିନ୍‌ ଆଞ୍ଜେଲିନା ୟୋୱାର୍ଡ ଭାବରେ ହୋଇଥିଲା। ଗୌର୍‌ ଜାନ୍‌ଙ୍କ ପିତା ୱିଲିୟମ୍‌ ରବର୍ଟ, ଏକ ବରଫ କାରଖାନାରେ ଇଞ୍ଜିନିୟର୍‌ ଭାବରେ କାମ କରୁଥିଲେ। ତାଙ୍କ ମାଆ ଭିକ୍ଟୋରିଆ ହେମିଂସ ତାଙ୍କ ପିତାଙ୍କଠାରୁ ଛାଡ଼ପତ୍ର ନେବାପରେ ଗୌହର୍‌ ୧୮୮୧ ମସିହାରେ ବନାରସ ଚାଲିଯାଇଥିଲେ। ସେଠାରେ ‌େସ ହିନ୍ଦୁସ୍ତାନ ଶାସ୍ତ୍ରୀୟ ସଙ୍ଗୀତରେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥିଲେ। ସେ ଭାରତୀୟ ଭିକ୍ଟୋରିଆ ସଙ୍ଗୀତ ଓ ନୃତ୍ୟରେ ତାଲିମ ନେଇଥିଲେ। ସମୟ ସହିତ ଗୌହର୍‌ ବନାରସର ଜଣେ ଦକ୍ଷ ଗାୟିକା ଓ କଥକ ନୃତ୍ୟଶିଳ୍ପୀ ଭାବରେ ପରିଚିତ ହେଲେ। ୧୯୨୦ ଦଶକର ଶେଷ ସୁଦ୍ଧା ଗୌହର୍‌ ପ୍ରତି ରେକର୍ଡିଂ ପାଇଁ ୧୦୦୦ରୁ ୩୦୦୦ ଟଙ୍କା ଦାବି କରୁଥିଲେ, ଯାହା ସେହି ଯୁଗର ଅଧିକାଂଶ ପରିବାରର ବାର୍ଷିକ ଆୟଠାରୁ ବହୁତ ଅଧିକ ଥିଲା। ଆଶ୍ଚର୍ଯ୍ୟର କଥା, ଦଶନ୍ଧି ପରେ ଲତା ମଙ୍ଗେସକର୍‌ ଓ ମହମ୍ମଦ ରଫି ୧୯୫୦ ଦଶକରେ ପ୍ରତି ଗୀତ ପାଇଁ  ୫୦୦ ଟଙ୍କା ଆଦାୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe