ସବୁଜ ବେଳାଭୂମି : ହୱାଇ ଦ୍ବୀପର ପାପାକୋଲିଆ

Advertisment
ସବୁଜ ବେଳାଭୂମି : ହୱାଇ ଦ୍ବୀପର ପାପାକୋଲିଆ

Big Island Hikes

ହୱାଇ ଦ୍ବୀପ ଅନ୍ତର୍ଗତ କୌରେ ଥିବା ପାପାକୋଲିଆ ବେଳାଭୂମିର ବିଶେଷତ୍ବ ହେଉଛି, ଏହାର ରଙ୍ଗ ଗାଢ଼ ସବୁଜ। ସାରା ବିଶ୍ବରେ ଏ ଭଳି ମାତ୍ର ଦୁଇଟି ବେଳାଭୂମି ଅଛି। ଅନ୍ୟଟି ଅଛି ଗୁଆମ୍‌ରେ। ଆଗ୍ନେୟଗିରିରୁ ନିର୍ଗତ ଅଲିଭାଇନ୍‌ ଖନିଜ ଦ୍ରବ୍ୟ ପ୍ରଭାବରେ ପାପାକୋଲିଆ ବେଳାଭୂମି ସବୁଜ ବର୍ଣ୍ଣ ଧାରଣ କରିଥିବା ବିଶ୍ବାସ କରାଯାଏ। ଅଣଚାଷ ହଜାର ବର୍ଷ ତଳେ ସେଠାରେ ଆଗ୍ନେୟଗିରି ସୃଷ୍ଟି ହୋଇଥିଲା। ଏବେ ସୁପ୍ତ ଅବସ୍ଥାରେ ଅଛି; ଆଉ ଲାଭା ଉଦ୍‌ଗିରଣ ହେଉନାହିଁ। ପାପାକୋଲିଆ ବେଳାଭୂମି ଅନ୍ୟୂନ ଦଶ ହଜାର ବର୍ଷ ତଳେ ସବୁଜ ବର୍ଣ୍ଣ ଧାରଣ କରିଥିଲା। ବେଳାଭୂମିକୁ ଯିବା ପାଇଁ ସୁଗମ ପଥ ନାହିଁ। କେବଳ ପାଦରେ ଚାଲିଚାଲି ଯିବାକୁ ପଡ଼େ। ତେଣୁ, ବିଶେଷ ଭିଡ଼ ଦେଖିବାକୁ ମିଳେନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe