ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବାକୁ କାନ୍ନାଡାର ଏକ ଦୋକାନର ଅଭିନବ ପ୍ରୟାସ: ବ୍ୟାଗ୍‌ ଉପରେ ଛପା ହୋଇଛି ଲଜ୍ଜାକର ବାର୍ତ୍ତା

Advertisment
ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବାକୁ କାନ୍ନାଡାର ଏକ ଦୋକାନର ଅଭିନବ ପ୍ରୟାସ: ବ୍ୟାଗ୍‌ ଉପରେ ଛପା ହୋଇଛି ଲଜ୍ଜାକର ବାର୍ତ୍ତା

Photo Credit: Twitter

କାନ୍ନାଡା: ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ପରିବେଶ ପାଇଁ ଅନୁକୂଳ ହୋଇନଥିବା ଦୃଷ୍ଟିରୁ ଅନେକ ଦେଶରେ ଧୀରେ ଧୀରେ ଏହାକୁ ବ୍ୟାନ୍‌ କରାଯାଉଛି। ସରକାରଙ୍କଠାରୁ ନେଇ ବେସରକାରୀ କମ୍ପାନିଗୁଡ଼ିକ ପ୍ଲାଷ୍ଟିକ୍‌ ବଦଳରେ କପଡ଼ା, କାଗଜ ଆଦି ବ୍ୟବହାର କରିବାର ପନ୍ଥା ଆପଣାଉଛନ୍ତି।

ମାତ୍ର କାନ୍ନଡାର ଏକ ତେଜରାତି ଦୋକାନୀ ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବା ପାଇଁ ଯେଉଁ ସୂତ୍ର ଆପଣେଇଛି ତାହା ଏବେ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ପାଲଟିଛି। ‘ଓ୍ଵାର୍ଟ ଓଇଣ୍ଟ୍‌ମେଣ୍ଟ୍‌ ହୋଲ୍‌ସେଲ୍‌’ ନାମକ ଏହି ଦୋକାନରେ ମିଳୁଥିବା ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଉପରେ ‘ଇନ୍‌ଟୁ ଦ ଓୟାର୍ଡ ଆଡଲ୍ଟ ଭିଡିଓ ଏମ୍ପୋରିୟମ’ ଓ ‘ଦ କଲୋନ କେୟାର୍‌ କୋ-ଅପ୍‌’ ଆଦି ଅସହଜ ମନେ ହେଉଥିବା ବାର୍ତ୍ତା ଛପାଯାଇଛି।

ଏହି ଦୋକାନ ଗ୍ରାହକମାନଙ୍କୁ ଅସହଜ ମନେ ହେବା ପରି ବାର୍ତ୍ତା ଲେଖା ହୋଇଥିବା ବ୍ୟାଗ୍‌ ପ୍ରଦାନ କରୁଛି। ଫଳରେ ଗ୍ରାହକମାନେ ଲାଜରେ ତାହାକୁ ବ୍ୟବହାର କରିବେ ନାହିଁ ଓ ଜିନିଷ କ୍ରୟ କରିବାକୁ ନିଜ ଘରୁ ବ୍ୟାଗ୍‌ ନେଇ ଆସିବେ। ଗ୍ୟାଗ୍‌ ତଳକୁ ଛୋଟ ଛୋଟ ଅକ୍ଷରରେ ଲେଖାଯାଇଛି କି ଲଜ୍ଜାରୁ ବଞ୍ଚିବା ପାଇଁ ସାଥିରେ ବ୍ୟାଗ୍‌ ନେଇ କରି ଆସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe