ନିଆରା ଦୃଶ୍ୟ! ବିବାହ ବେଦୀର ବର କଲେ ରିପୋର୍ଟିଂ

Advertisment
ନିଆରା ଦୃଶ୍ୟ! ବିବାହ ବେଦୀର ବର କଲେ ରିପୋର୍ଟିଂ

କିଛି ଘଟଣା ଦୁର୍ଘଟଣା ହେଲେ ସେଠାରେ ପହଞ୍ଚିଯାଆନ୍ତି ରିପୋର୍ଟର। ଆଉ ଘଟଣାର ସମସ୍ତ ତଥ୍ୟ ହସ୍ତଗତ କରିବା ପାଇଁ ଚେଷ୍ଟା କରନ୍ତି। ରାଜନୈତିକ ଘଟଣା କିମ୍ବା ବଡ଼ ବଡ଼ ସେଲିବ୍ରିଟି ମାନଙ୍କର ବାହାଘର ସମୟରେ ମଧ୍ୟ ରିପୋର୍ଟିଂ କରିଥାନ୍ତି। କିନ୍ତୁ ନିଜ ବାହାଘରରେ ରିପୋର୍ଟିଙ୍ଗ କରିବା ନିହାତି ଏକ ମଜାଦାର ଘଟଣା। ପାକିସ୍ତାନର ଜଣେ ଟିଭି ରିପୋର୍ଟର ନିଜ ବିବାହରେ କରିଛନ୍ତି ରିପୋର୍ଟିଂ। ହାତରେ ମାଇକ୍‌ ଧରି ବିବାହ ବେଦୀରେ ଚାଲିଲା ରିିପୋର୍ଟିଂ। ଯୁବକ ଜଣକ ନିଜର ପରିବାର ବର୍ଗ, ମା’ବାପା ଓ ଏପରିକି ନବବଧୂର ସହ କଥା ହୋଇ ତଥ୍ୟ ଆପଣାଇଥିିଲେ। ଭିଡିଓରେ ଯୁବକ ଜଣକ ବିଲକୁଲ ପେଶାଦାର ରିପୋର୍ଟର ପରି କାମ କରିଛନ୍ତି।

publive-image

ଘଟଣାଟି ଘଟିଛି ପାକିସ୍ତାନରେ। ବର ବେଶ ସାଜିଥିବା ଯୁବକ ଜଣକ ବିବାହ ଦିନ ମାଇକ ଧରି ରିପୋର୍ଟିଂ କରିବାକୁ ଲାଗିଲେ। ଏହି ସମୟରେ ବର ଜଣକ ନିଜ ବନ୍ଧୁବାନ୍ଧବ,ମାତାପିତା ଓ କନ୍ୟା ସହିତ କଥା ହୋଇ ରିପୋର୍ଟିଙ୍ଗ କରୁଥିଲେ। ବର ଜଣଙ୍କର ସେହି ହୃଦୟଛୁଆଁ ଭିଡିଓ ରବିବାର ଦିନ ଟ୍ଵିଟର ଜରିଆରେ ସାମ୍ନାକୁ ଆସିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେଉଛି। ସେହି ଭିଡିଓକୁ ଦୁଇ ଭାଗରେ ସେୟାର କରାଯାଇଛି। ମିଡିଆ ରିପୋର୍ଟ ଅନୁସାରେ ବର ଜଣକ ହେଉଛନ୍ତି ସିଟି ୪୧ ଚ୍ୟାନେଲର ଜଣେ ରିପୋର୍ଟର। ତେବେ ପୁଅର କାମ କରିବାର ଝୁଙ୍କ ଦେଖି ତାଙ୍କ ମା ଅତ୍ୟନ୍ତ ଖୁସି ହୋଇ କାନ୍ଦି ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe