କନ୍ୟାକୁ ଦେଖି ନାଚିଲେ ବର, ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ କଲେ ଲୋକ

Advertisment
କନ୍ୟାକୁ ଦେଖି ନାଚିଲେ ବର, ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ କଲେ ଲୋକ

ndtv

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ଉପାୟ ଆପଣେଇଥାନ୍ତି । ଏହାର ପ୍ରମାଣ ପୂର୍ବରୁ ଭାଇରାଲ ହୋଇଥିବା ଅନେକ ଭିଡିଓ ଜରିଆରେ ଆମେ ଦେଖିଛେ। ଏବେ ସେଭଳି ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବର କନ୍ୟାକୁ ଖୁସି କରିବା ପାଇଁ ଏପରି କିଛି କରୁଛନ୍ତି, ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଇରାଲ ଭିଡିଓରେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରୁଥିବା ଦେଖି ବର ଏକ ଟ୍ରେଣ୍ଡିଂ ଗୀତରେ ନାଚିବା ଆରମ୍ଭ କରୁଥିବା ଦେଖାଯାଇଛି।

ଏହି ଭାଇରାଲ୍ ଭିଡିଓକୁ ଟ୍ୱିଟରରେ ଅଦିତି ନାମକ ଜଣେ ଉପଭୋକ୍ତା ସେୟାର୍‌ କରିଛନ୍ତି । ଭିଡିଓରେ ଦେଖାଯାଇଛି ଯେ, କନ୍ୟାଜଣକ ପ୍ରବେଶ କରିବା ମାତ୍ରେ ବର, କନ୍ୟାଙ୍କୁ ଏକ ଗୋଲାପ ଦେଇ ତାଙ୍କ ସାମ୍ନାରେ 'ତୁ ମାନ ମେରୀ ଜାନ' ଗୀତରେ ନାଚିବା ଆରମ୍ଭ କରୁଛନ୍ତି । ବରର ଏଭଳି ନାଚ ଦେଖି ସେଠାରେ ଠିଆ ହୋଇଥିବା ସମ୍ପର୍କୀୟମାନେ ତାଙ୍କୁ ଚାହିଁରହିଛନ୍ତି । ଏହି ଭିଡିଓ ସେୟାର କରି ଅଦିତି ବିରକ୍ତି ପ୍ରକାଶ କରିବା ସହ ଏହା ଆଦୌ ରୋମାଣ୍ଟିକ ଲାଗୁନାହିଁ ବୋଲି ଲେଖିଛନ୍ତି। ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ଅଦିତିଙ୍କ ସହ ସହମତ ହୋଇଥିବା ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଲୋକେ ବରକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଭିଡିଓକୁ ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲାଣି । ଜଣେ ଉପଭୋକ୍ତା ଲେଖିଛନ୍ତି, "ଭଗବାନଙ୍କୁ ଧନ୍ୟବାଦ, ମୋ ସ୍ବାମୀକୁ  ନାଚିବା ଜଣାନାହିଁ।'' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, "ଯଦି ମୋର କୌଣସି ଭାଇଭଉଣୀ କିମ୍ବା ସମ୍ପର୍କୀୟ ଏଭଳି କରନ୍ତି ତେବେ ସେମାନଙ୍କୁ ମୁଁ ସେଠାରେ ହିଁ ଚାପୁଡା ମାରିବି' ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe