ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

Advertisment
ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ପରିସ୍ଥିତିରେ ଦୁଇଜଣ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଉ ଥିବା ସମୟରେ ଦୁହେଁ ପ୍ଲାଟଫର୍ମରେ ପଡ଼ି ରେଳ ଧାରଣାରେ ଯିବା ପୂର୍ବରୁ ଠିକ୍‌ ସମୟରେ ଦେବଦୂତ ସାଜି ଜିଆରପି ଯବାନ ଦୁହିଁଙ୍କ ଜୀବନ ବଞ୍ଚାଇ ଦେଇଥିଲେ।

ଏଭଳି ଏକ ଘଟଣା ମୁମ୍ବାଇ ଦାଦର ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜରେ କୈଦ୍‌ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି, ଦୁଇଜଣ ମହିଳା ଚାଲୁଥିବା ଲୋକାଲ୍‌ ଟ୍ରେନ୍‌ରେ ଅଲଗା ଅଲଗା ଦ୍ୱାରରୁ ଓହ୍ଲାଉଛନ୍ତି। ଏହି ସମୟରେ ଗୋଡ ଖସି ଯାଉଛି, ଦୁହେଁ ଆସି ପ୍ଲାଟଫର୍ମରେ ପଡ଼ି ଯାଉଛନ୍ତି। ତେବେ ଦୁହିଁଙ୍କ ଭାଗ୍ୟ ବହୁତ ଭଲ ଥିଲା କି ସେହି ସମୟରେ ଜିଆରପି ଯବାନ ସେହି ବାଟ ଦେଇ ଯାଉଥିଲେ। ମହିଳାଙ୍କୁ ଖସି ପଡ଼ିବା ଦେଖି ତୁରନ୍ତ କାବୁ କରି ନେଇଥିଲେ। ଦୁଇ ମହିଳା ଯଦି ରେଳ ଧାରଣାକୁ ଚାଲି ଯାଇଥାଆନ୍ତେ ତେବେ ଏକ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିଲଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe