କେନ୍ଦ୍ର ସରକାରଙ୍କ ନୂଆ ଯୋଜନା , ଜାଣନ୍ତୁ କାହିଁକି ଗୃହ ନିର୍ମାଣ ଶସ୍ତା ହେବ

Advertisment
କେନ୍ଦ୍ର ସରକାରଙ୍କ ନୂଆ ଯୋଜନା , ଜାଣନ୍ତୁ କାହିଁକି ଗୃହ ନିର୍ମାଣ ଶସ୍ତା ହେବ

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦର ଆଗାମୀ ସପ୍ତାହରେ ହେବାକୁ ଥିବା ବୈଠକରେ ସିମେଣ୍ଟ ଭଳି ଗୃହ ନିର୍ମାଣ ସାମଗ୍ରୀ ମୂଲ୍ୟ ହ୍ରାସ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏବେ କେବଳ ୩୫ଟି ସାମଗ୍ରୀ ଅଛି,ଯାହାର ମୂଲ୍ୟ ଅଧିକ। ଏଥିରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଯାଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ କେବଳ ବିଳାସମୟ ସାମଗ୍ରୀଗୁଡିକ ତାଲିକାରେ ଥିବା ୩୫ଟି ବସ୍ତୁ ଉପରେ ୨୮ପ୍ରତିଶତ ଜିଏସ୍‌ଟି ଲଗାଯାଇଛି।

publive-image
ଏହି ଶ୍ରେଣୀରେ ଆସୁଥିବା ସାମଗ୍ରୀ ମଧ୍ୟରେ ରହିଛି ସିମେଣ୍ଟ,ଟାୟାର୍‌,ଗାଡି ଉପକରଣ,ମୋଟ ସାଇକେଲ,ବିମାନ,ତମାଖୁ,ସିଗାରେଟ୍‌ ଏବଂ ପାନମସଲା ଆଦି। ଏବେ କେନ୍ଦ୍ର ସରକାର ସିମେଣ୍ଟର ମୂଲ୍ୟ ଉପରେ ଜିଏସଟି ହାର କମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ନିର୍ମାଣ ଶିଳ୍ପରେ ଅଗ୍ରଗତି ଘଟିବ। ତା’ଛଡା ଗୃହ ନିର୍ମାଣ ମଧ୍ୟ ଶସ୍ତା ହେବ। ଏହାଛଡ଼ା ରୋଜଗାର ବଢାଇବାରେ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ସବୁଜ ସଂକେତ ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe