ହୁଲା-ହୁପିଂରେ ଗିନିସ ରେକର୍ଡ

Advertisment
ହୁଲା-ହୁପିଂରେ ଗିନିସ ରେକର୍ଡ

ଜଣେ ମହିଳା ସର୍କସ ଖେଳାଳି ନିଜ ଶରୀର ଚାରିପାଖେ ସର୍ବାଧିକ ସଂଖ୍ୟକ ହୁଲା-ହୁପ୍‌ ବୁଲାଇ ଦୁଇଟି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ସେଥି ମଧ୍ୟରେ ଗୋଟିଏ ପ୍ରଦର୍ଶନରେ ସେ ଜଳନ୍ତା ହୁଲା ହୁପ୍‌ଗୁଡ଼ିକୁ ଦେହ ଚାରିପାଖେ ବୁଲାଇଛନ୍ତି। ଗ୍ରେସ ଗୁଡ୍‌ ନାମକ ଏହି ୩୦ ବର୍ଷୀୟା ପ୍ରଦର୍ଶନକାରୀ ଏକକାଳୀନ ଆଠଟି ଜଳନ୍ତା ହୁଲା ହୁପ୍ ଘୂରାଇ ଏହି ରେକର୍ଡ କରିଛନ୍ତି।

ସେହିପରି ଏକ ବିଶାଳ ପେଣ୍ଡୁ ଉପରେ ଭାରସାମ୍ୟ ରକ୍ଷା କରି ସେ ଦେହରେ ସର୍ବାଧିକ ୨୮ଟି ହୁଲା ଗୁଡ଼ାଇ ସବୁଗୁଡ଼ିକୁ ଘୂରାଇ ଆଉ ଏକ ରେକର୍ଡ କରିଛନ୍ତି। ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ତାଙ୍କର କିଛି ସାଙ୍ଗ ତାଙ୍କୁ ହୁଲା-ହୁପିଂ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଧୀରେ ଧୀରେ ସେ ଦେହ ଚାରିପାଖେ ଅଧିକ ସଂଖ୍ୟକ ହୁଲା ଗଳାଇ ପ୍ରଦର୍ଶନ କରିବା ସହ ଜଳନ୍ତା ହୁଲା ହୁପ୍‌ ସହିତ ମଧ୍ୟ ଅଭ୍ୟାସ କରିଥିଲେ ଏବଂ ଶେଷରେ ଯାହା ଘଟିଲା ତାହା ହିଁ ଇତିହାସ ବୋଲି ଗ୍ରେସ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe