ସିଟ୍ ବେଲ୍ଟ ନଲଗାଇ ଗୀତ ବଜାଇ ନାଚୁଥିଲେ ପୁଲିସକର୍ମୀ, ଭିଡିଓ ଭାଇରାଲ ପରେ ହେଲେ ନିଲମ୍ବିତ

Advertisment
ସିଟ୍ ବେଲ୍ଟ ନଲଗାଇ ଗୀତ ବଜାଇ ନାଚୁଥିଲେ ପୁଲିସକର୍ମୀ, ଭିଡିଓ ଭାଇରାଲ ପରେ ହେଲେ ନିଲମ୍ବିତ

zeenews

ନୂଆଦିଲ୍ଲୀ: ସିଟ୍ ବେଲ୍ଟ ନଲଗାଇ ଗୀତ ବଜାଇ ନାଚିବା ମହଙ୍ଗା ପଡ଼ିଲା। ଭିଡିଓ ଭାଇରାଲ ପରେ ଚାଲିଗଲା ଚାକିରି। ଗୁଜୁରାଟର କଚ୍ଛ-ଗାନ୍ଧୀଧାମରେ ତିନିଜଣ ପୁଲିସ କର୍ମଚାରୀଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି। ଏହି ୩ଜଣ ପୁଲିସ କର୍ମଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ  ସିଟ୍ ବେଲ୍ଟ ନପିନ୍ଧି ୩ଜଣ କାର ଭିତରେ ନାଚୁଥିଲେ। ଏହି ଭିଡିଓ ଦେଖି ଏବେ ୩ଜଣଙ୍କୁ ନିଲମ୍ବିତ କରାଯାଇଛି।

ସୂଚନାନୁସାରେ, ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ୟୁନିଫର୍ମରେ ଥିବା ଚାରିଜଣ ପୁଲିସ କର୍ମଚାରୀ ଏକ ଗାଡିରେ ବସିଥିବା ଦେଖାଯାଇଥିଲା। ଗାଡ଼ି ଭିତରେ ଗୀତ ବାଜୁଥିବା ସହ ଆଗରେ ବସିଥିବା ଜଣେ ପୁଲିସକର୍ମୀ ଫୋନ ଧରି ଭିଡିଓ ବନାଉଥିଲେ। ସେଲଫି କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓରେ ୪ଜଣ ବାଜୁଥିବା ଗୀତରେ ନାଚୁଥିବା ସହ କେହି ବି ସିଟ୍ ବେଲ୍ଟ ପିନ୍ଧିନଥିଲେ। ଏହି ଭିଡିଓ ବିଭିନ୍ନ ସେ‌ାସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେବା ପରେ ଏବେ ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ନିଲମ୍ବିତ କରଯାଇଛି। ଏହା ସହ ଚତୁର୍ଥ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଅଧୀକ୍ଷକଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe