ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ରେକର୍ଡସଂଖ୍ୟକ ପର୍ଯ୍ୟଟକ , ଜାଣନ୍ତୁ କେତେ ଲୋକ ଆସିଲେ ଏବଂ କେତେ ଆୟ ହୋଇଛି

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ତିରୋଧାନ ଦିବସ ଆଜି

ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଏବେ ପର୍ଯ୍ୟଟକମାନଙ୍କର ପ୍ରଥମ ପସନ୍ଦ ହୋଇଥିବା ଜଣାଯାଇଛି। ମାତ୍ର ପାଞ୍ଚ ଦିନରେ ଏଠାରୁ ୭୫ ହଜାର ପର୍ଯ୍ୟଟକ ଆସିଥିବା କୁହାଯାଉଛି। ଗତକାଲି (ଶନିବାର) ଦିନ ୨୫ ହଜାର ଲୋକ ଏହି ପ୍ରତିମାର ଦର୍ଶନ କରିଥିବା ଜଣାଯାଇଛି।
ଏହି କାରଣରୁ ଟିକେଟ୍‌ ବିକ୍ରିରୁ ମିଳିଥିବା ଅର୍ଥର ପରିମାଣ ଅଢେଇ କୋଟିରେ ପହଞ୍ଚିଥିବା ଜଣାଯାଇଛି। ଦୀପାବଳି ଛୁଟି ଥିବା ହେତୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ରେ ମୋଟ୍‌ ୭୫ ହଜାରରୁ ଅଧିକ ପର୍ଯ୍ୟଟକ ସେଠାରେ ପହଞ୍ଚିଥିଲେ। ଗତ ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉଦ୍‌ଘାଟନ କରିଥିଲେ। ଏହାପରେ ସାରା ବିଶ୍ୱରୁ ଏଠାକୁ ପର୍ଯ୍ୟଟକମାନଙ୍କର ଆଗମନ ହେଉଥିବା ଜଣାଯାଇଛି। ଏହି ମୂର୍ତ୍ତିର ଉଚ୍ଚତା ହେଉଛି ୧୮୨ମିଟର (୫୯୭ଫୁଟ୍‌)। ଏହାକୁ ୭ କିଲୋମିଟର ଦୂରରୁ ବି ଦେଖି ହେବ।

publive-image New Delhi: Prime Minister Narendra Modi shakes hands with Sheikh Mohammed bin Zayed Al Nahyan, Crown Prince of Abu Dhabi during a restricted meeting in New Delhi on Wednesday. PTI Photo/PIB(PTI1_25_2017_000042A)

ଆଜି ରବିବାର ହୋଇଥିବା ହେତୁ ଏଠାକୁ ଅଧିକ ସଂଖ୍ୟକ ଲୋକଙ୍କର ଆଗମନ ହେବାର ଅନୁମାନ କରାଯାଇଛି। ସରଦାର ସରୋବର ନିଗମ ଲିମିଡେଡର ମୁଖ୍ୟଯନ୍ତ୍ରୀ ପିସି ବ୍ୟାସଙ୍କ ସୂଚନା ଅନୁଯାୟୀ ଏହି ବୃହତ୍ତମ ଷ୍ଟାଚ୍ୟୁକୁ ଦେଖିବା ଆସି କେବଳ ଗୁଜୁରାଟରୁ ନୁହେଁ,ବରଂ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମଧ୍ୟ ପର୍ଯ୍ୟଟକମାନେ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe