Guruji namaskar: ‘ମିଫା’ରେ ‘ଗୁରୁଜୀ ନମସ୍କାର’ ପୁରସ୍କୃତ

ମୁମ୍ବାଇ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଆୱାର୍ଡସ୍‌ରେ ଚଳିତ ବର୍ଷର ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’। ଜିତେନ୍ଦ୍ରିୟ ପ୍ରଧାନଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀକାର ତଥା ପ୍ରଯୋଜକ ହେଉଛନ୍ତି ସଙ୍କେତ ତ୍ରିପାଠୀ।

hfhsfhsfsh

ମୁମ୍ବାଇ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଆୱାର୍ଡସ୍‌ରେ ଚଳିତ ବର୍ଷର ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କୃତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’। ଜିତେନ୍ଦ୍ରିୟ ପ୍ରଧାନଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀକାର ତଥା ପ୍ରଯୋଜକ ହେଉଛନ୍ତି ସଙ୍କେତ ତ୍ରିପାଠୀ। ଦେଶବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଶଂସା ଅର୍ଜନ କରୁଥିବା ‘ଗୁରୁଜୀ ନମସ୍କାର’ରେ ମୁଖ୍ୟଭୂମିକାରେ ଅମନ୍, ସୁକୁମାର ଟୁଡୁ, ଶ୍ରୀବାଂଶୀ ସେନ୍ ଓ ଇଲ୍ଲୁ ବାନାର୍ଜୀ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ଶ୍ରୁତି ଦାସମହାପାତ୍ର, ଗୌରବ ମହାନ୍ତି ଓ ସୁଶୀଳ ମିଶ୍ରଙ୍କ ଅଭିନୟ ବି ମନଛୁଆଁ। ପୁଣି ଏହି ଫିଲ୍ମରେ ଶିଶୁଶିଳ୍ପୀମାନଙ୍କ ଭୂମିକା ବିଶେଷ ଉଲ୍ଲେଖନୀୟ। ଏ ପ୍ରସଙ୍ଗରେ ନିର୍ଦ୍ଦେଶକ ଜିତେନ୍ଦ୍ରିୟ ପ୍ରଧାନ କହନ୍ତି,“ଶିଶୁମାନଙ୍କ ସହ କାମ କରିବା ଏକ ଅସାଧାରଣ ଅନୁଭବ। ସେମାନଙ୍କ ସରଳପଣ ଓ ଉତ୍ସାହ ଆମକୁ ବେଶ୍‌ ପ୍ରଭାବିତ କରିଛି।”

ଅଭିଜିତ୍ ମଜୁମଦାର ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଓ ଡି. ଅଶେଷ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ପ୍ରଚ୍ଛଦପଟ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି। ଜ୍ୟୋତି ରଞ୍ଜନ ପାତ୍ରଙ୍କ ସିନେମାଟୋଗ୍ରାଫି, ରଶ୍ମିରଞ୍ଜନ ଦାଶଙ୍କ ଏଡିଟିଂ ଓ ଅଭିଜିତ୍ ସେନାପତିଙ୍କ ସାଉଣ୍ଡ୍ ଡିଜାଇନ୍ ଏହାର ଅନ୍ୟତମ ଆକର୍ଷଣ। ‘ଗୁରୁଜୀ ନମସ୍କାର’ ୨୦୨୬ରେ ‌ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଦ ଅଣ୍ଡରଗ୍ରାଡ୍‌ସ୍‌ ପ୍ରଡକ୍ସନ୍ ହାଉସ୍ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe