ତ୍ରୁଟି ଖୋଜିଥିଲେ ଇନ୍ଦୋରର ଏହି ଯୁବକ, ୬୫କୋଟି ଟଙ୍କା ଦେଲା ଗୁଗଲ

Advertisment
ତ୍ରୁଟି ଖୋଜିଥିଲେ ଇନ୍ଦୋରର ଏହି ଯୁବକ, ୬୫କୋଟି ଟଙ୍କା ଦେଲା ଗୁଗଲ

ଇନ୍ଦୋର: ଗୁଗଲର ତ୍ରୁଟି ଖୋଜି କୋଟିପତି ହେଲେ ଯୁବକ। ୨୦୨୧ରେ ଗୁଗଲର ଏକ ବଡ଼ ତ୍ରୁଟି ଖୋଜିଥିବା ଯୁବକଙ୍କୁ ଏବେ ଗୁଗଲ ୬୫କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ଯୁବକଙ୍କ ନାଁ ଅମନ ପାଣ୍ଡେ ବୋଲି ଜଣାପଡ଼ିଥିବ‌ା ବେଳେ ସେ ଇନ୍ଦୋରର ବାସିନ୍ଦା ବୋଲି ଜଣାପଡ଼ିଛି। ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ନିଜର ବିଭିନ୍ନ ସେବାରୁ ତ୍ରୁଟି ଖୋଜିବା ପାଇଁ‌ ଲୋକଙ୍କୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଦେଇଥାଏ ଏବଂ ୨୦୨୧ ମସିହାରେ ଇନ୍ଦୋରର ଅମନ ଖୋଜିଥିବା ଭୁଲ ପାଇଁ ତାଙ୍କୁ ୬୫କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।

publive-image zeenews

ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଅମନ ପାଣ୍ଡେ ୨୦୨୧ ମସିହାରେ ୨୩୨ଟି ତ୍ରୁଟି ବିଷୟରେ ଜଣାଇଥିଲେ ଏବଂ ଏପର୍ଯ୍ୟନ୍ତ ଆଣ୍ଡ୍ରଏଡ୍ ଭଲନେରେବିଲିଟି ପୁରସ୍କାର ପ୍ରୋଗ୍ରାମ (ଭିଆରପି) ପାଇଁ ୨୮୦ରୁ ଅଧିକ ତ୍ରୁଟି ବିଷୟରେ ଜଣାଇଛନ୍ତି। ୨୦୧୯ରେ ଅମନ ପ୍ରଥମ ଥର ପାଇଁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ସେହି ଦିନଠାରୁ ସେ ତ୍ରୁଟି କାଢ଼ିଆସୁଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଅମନ ଭୋପାଳ ଏନଆଇଟିରୁ ବି.ଟେକ୍ ପାଠ୍ୟକ୍ରମ ଶେଷ କରିଛନ୍ତି ଏବଂ ବଗ୍ସମିରର୍ କମ୍ପାନିର ପ୍ରତିଷ୍ଠାତା ଅଛନ୍ତି। ସେ ୨୦୨୧ ମସିହାରେ ତାଙ୍କ କମ୍ପାନିକୁ ପଞ୍ଜୀକୃତ କରିଥିଲେ। ଅମନଙ୍କ କମ୍ପାନି ଗୁଗୁଲ, ଆପଲ୍ ଏବଂ ଅନ୍ୟ କମ୍ପାନିଗୁଡିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାରେ ସାହାଯ୍ୟ କରିଥାନ୍ତି। ଗୁଗୁଲ ଏହାର ରିପୋର୍ଟରେ କହିଛି ଯେ ବଗ୍ସମିରର ଦଳର ଅମନ ପାଣ୍ଡେ ଗତ ବର୍ଷ ଆମର ସର୍ବୋଚ୍ଚ ତ୍ରୁଟି ଅନୁସନ୍ଧାନକାରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe