ହ୍ୟାକ୍‌ ହୋଇଥିବା ୩ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ମଧ୍ୟରେ ଆପଣଙ୍କ ଆକାଉଣ୍ଟ୍‌ ଅଛି କି?

ହ୍ୟାକ୍‌ ହୋଇଥିବା ୩ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ମଧ୍ୟରେ ଆପଣଙ୍କ ଆକାଉଣ୍ଟ୍‌ ଅଛି କି?

ଏକ ସପ୍ତାହ ତଳେ ଏକ ଖବର ଆସିଥିଲା ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରାୟ ୩ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି। ତେବେ, ହ୍ୟାକ୍‌ ହୋଇଥିବା ଏହି ଆକାଉଣ୍ଟ୍‌ଗୁଡ଼ିକ ଭିତରେ ଆପଣଙ୍କ ଆକାଉଣ୍ଟ୍‌ ରହିଛି କି ନାହିଁ ତାହା ଆପଣ ପରଖି ପାରନ୍ତି। ଏଥିପାଇଁ ଆପଣଙ୍କୁ ଫେସ୍‌ବୁକ୍‌ ହେଲ୍‌ପ୍‌ ସେଣ୍ଟର୍‌ର ସହାୟତା ନେବାକୁ ହେବ।

ପ୍ରଥମେ ଆପଣ ପେଜ୍‌କୁ ଭିଜିଟ୍‌ କରନ୍ତୁ। ସେଠାରେ ଏକ ସେକ୍ସନ ଦୃଶ୍ୟମାନ ହେବ ଯେ, Is my Facebook account impacted by this security issue? ସେଥିରେ ଫେସ୍‌ବୁକ୍‌ ପକ୍ଷରୁ ହଁ କିମ୍ବା ନାଁ ଉତ୍ତର ଜରିଆରେ ଆପଣ ପଚାରିଥିବା ଉତ୍ତର ପାଇଯିବେ। ଯଦି ଆପଣଙ୍କ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥାଏ ତେବେ ନିମ୍ନରେ ଦିଆଯାଇଥିବା ଫଟୋ ପରି ପେଜଟି ଦୃଶ୍ୟମାନ ହେବ।

publive-image

ଯଦି ହଁ ହୋଇଥାଏ ତେବେ ଆପଣଙ୍କୁ ୩ଟି ଅପ୍‌ସନ୍‌ ଦୃଶ୍ୟମାନେ ହେବ। ଆପଣ ସେହି ୧୫ ମିଲିୟନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି, ଯାହାଙ୍କ ନାମ, ଫୋନ ନମ୍ବର ଓ ଇମେଲ୍‌ ଅନ୍ୟ ଜଣେ ଜାଣି ପକାଇଛନ୍ତି। ଦ୍ୱିତୀୟରେ ଆପଣ ସେହି ୧୪ ମିଲିୟନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଯେଉଁମାନଙ୍କର ବାୟୋଡାଟା ଚୋରି ହୋଇଛି। ତୃତୀୟରେ ଆପଣ ସେହି ୧ ମିଲିୟନ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଯେଉଁମାନଙ୍କ ଆକ୍‌ସେସ୍‌ ଟୋକେନ୍‌ ଚୋରି ହେଲେ ବି ଆକାଉଣ୍ଟ୍‌ ସୁରକ୍ଷିତ ରହିଛି। ଆପଣ କେଉଁ ବର୍ଗର ତାହାର ଉତ୍ତର ମଧ୍ୟ ଆପଣଙ୍କୁ ମିଳିଯିବ। ଏଥିପାଇଁ ଆପଣଙ୍କୁ ନିଜ ଫେସ୍‌ବୁକ୍‌ ପାସ୍‌ଓ୍ଵାର୍ଡ ବଦଳାଇବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe