hair loss will be gone: କୋଡ଼ିଏ ଦିନରେ ଦୂର ହେବ ଚନ୍ଦାପଣ!

ଦଶ ଦିନରେ ଓଜନ ହ୍ରାସ ଠାରୁ ଆରମ୍ଭ କରି ମାସକ ଭିତରେ କେଶ ବୃଦ୍ଧି ପରି ଚମତ୍କାର ପରିବର୍ତ୍ତନ ଦାବି ସାମାଜିକ ଗଣମାଧ୍ୟମରେ ନିୟମିତ ଦେଖିବାକୁ ମିଳେ, କିନ୍ତୁ ସେଗୁଡ଼ିକ ଭ୍ରାନ୍ତ ହୋଇଥାଏ। ତେବେ ସେଭଳି ଏକ ଅବିଶ୍ବସନୀୟ ଦାବି ବାସ୍ତବ ରୂପ ନେବାକୁ ଯାଉଛି।

dgdagadzvc

ଦଶ ଦିନରେ ଓଜନ ହ୍ରାସ ଠାରୁ ଆରମ୍ଭ କରି ମାସକ ଭିତରେ କେଶ ବୃଦ୍ଧି ପରି ଚମତ୍କାର ପରିବର୍ତ୍ତନ ଦାବି ସାମାଜିକ ଗଣମାଧ୍ୟମରେ ନିୟମିତ ଦେଖିବାକୁ ମିଳେ, କିନ୍ତୁ ସେଗୁଡ଼ିକ ଭ୍ରାନ୍ତ ହୋଇଥାଏ। ତେବେ ସେଭଳି ଏକ ଅବିଶ୍ବସନୀୟ ଦାବି ବାସ୍ତବ ରୂପ ନେବାକୁ ଯାଉଛି। କାରଣ ତାଇୱାନ୍ ଜାତୀୟ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ ସିରମ୍ ବିକଶିତ କରିଛନ୍ତି ଯାହା କୋଡ଼ିଏ ଦିନରେ ଚନ୍ଦାମୁଣ୍ଡରେ କେଶ ଜନ୍ମାଇବ। ଚର୍ମ ତଳେ ଚର୍ବି କୋଷଗୁଡ଼ିକ ଦ୍ୱାରା ପ୍ରାକୃତିକ ଭାବରେ ନିର୍ଗତ ହୋଉଥିବା କିଛି ଚର୍ବିଳାମ୍ଳ କିପରି କେଶ ଫଲିକିଲ୍ ଷ୍ଟେମ୍ କୋଷଗୁଡ଼ିକୁ ଉତ୍ତେଜିତ କରିପାରେ, ତାହା ବୁଝିବା ପାଇଁ ଗବେଷକମାନେ ମୂଷାମାନଙ୍କ ଉପରେ ଅନୁଧ୍ୟାନ ଚଳାଇଥିଲେ।

ସେମାନେ ଜାଣିପାରିଲେ ଯେ ଯେତେବେଳେ ଚର୍ମ ଆଘାତ ପାଏ, ସେହି ଅଞ୍ଚଳରେ ଥିବା ଚର୍ବି କୋଷ (ଆଡିପୋସାଇଟ୍ସ) ଭାଙ୍ଗିଯାଏ ଏବଂ ଓଲିକ୍ ଏସିଡ୍ ଓ ପାମିଟୋଲେଇକ୍ ଏସିଡ୍ ଭଳି ଏକକ ଅପରିପୃକ୍ତ ଚର୍ବିଳାମ୍ଳ ସୃଷ୍ଟି କରେ। ଏହି ଅଣୁଗୁଡ଼ିକ ନିଷ୍କ୍ରିୟ କେଶ ଫଲିକିଲ୍‌କୁ ସକ୍ରିୟ କରିବା ପାଇଁ ଏକ ମେଟାବୋଲିକ୍ ସଙ୍କେତ ଭାବରେ କାର୍ଯ୍ୟ କରେ। ବୈଜ୍ଞାନିକମାନେ ମୂଷାର କେଶହୀନ ଚର୍ମରେ ସେଭଳି ଚର୍ବିଳାମ୍ଳ ପ୍ରୟୋଗ କରିବାରୁ ପ୍ରାୟ ୨୦ ଦିନ ମଧ୍ୟରେ ନୂଆ କେଶ ଉଠିଥିଲା। ଏହି ଫଳାଫଳ କେଶ ପୁନରୁଦ୍ଧାର ବିଜ୍ଞାନର ଏକ ନୂତନ ଦିଗ ଖୋଲିଦେଇଛି। ତେବେ ଆଗକୁ ମଣିଷ ଦେହରେ ନୈଦାନିକ ପରୀକ୍ଷଣ ପରେ ହିଁ ଏ ସିରମ୍‌ର ସୁରକ୍ଷା ଓ ଫଳପ୍ରଦତା ସୁନିଶ୍ଚିତ ହୋଇପାରିବ। ସେ ପର୍ଯ୍ୟନ୍ତ ସନ୍ତୁଳିତ ଖାଦ୍ୟପେୟ, ଚାପ ପରିଚାଳନା ଓ ଡାକ୍ତର ଅନୁମୋଦିତ ଚିକିତ୍ସା ମାଧ୍ୟମରେ କେଶକୁ ସୁସ୍ଥ ରଖିବା ସବୁଠାରୁ ସୁରକ୍ଷିତ ଉପାୟ ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe