ଅଧାବୁଡ଼ା ଜାହାଜ

ଅଧାବୁଡ଼ା ଜାହାଜ

representetional immage - STSTW Media

ପାଣି ଜାହାଜଗୁଡ଼ିକ ପାଣି ଉପରେ ଭାସୁଥିବା ବେଳେ ବୁଡ଼ାଜାହାଜଗୁଡ଼ିକ ପାଣି ଭିତରେ ହିଁ ବୁଡ଼ି ରହି ଗତି କରିଥା’ନ୍ତି। ମାତ୍ର ଆମେରିକାର ନୌସେନା ଦ୍ବାରା ଏପରି ଏକ ବିଚିତ୍ର ଜାହାଜ ନିର୍ମାଣ କରାଯାଇଛି, ଯାହା ସ୍ବାଭାବିକ ଭାବେ ପାଣିରେ ଭାସୁଥିଲା ବେଳେ ସତେ ଯେମିତି ଅଧା ବୁଡ଼ିଯାଇଥିବା ପରି ଦେଖାଯାଉଛି। ୧୦୮ ମିଟର ଲମ୍ବର ଏହି ଜାହାଜଟିରେ ଏପରି ବ୍ୟବସ୍ଥା ଖଞ୍ଜାଯାଇଛି, ଯହିଁରେ ଏକ ସ୍ବିଚ୍‌ ଟିପିଲା ମାତ୍ରେ ତାହା ସମୁଦ୍ର ପାଣିରେ ସମାନ୍ତରାଳ ଭାବେ ଭାସୁଥିବା ଅବସ୍ଥାରୁ ୯୦ ଡିଗ୍ରି କୋଣରେ ଲମ୍ବ ଭାବରେ ପାଣି ଭିତରକୁ ପଶିଯିବ।

ଏପରିକି ତାହା ଗତି କଲା ବେଳେ ବୁଡ଼ାଜାହାଜ ପରି ୫୦୦୦ ମିଟର ଗଭୀରତାର ପାଣି ତଳକୁ ଯିବାର ସାମର୍ଥ୍ୟ ରଖିଛି। ସେହିପରି ନିଶ୍ଚଳ ଅବସ୍ଥାରେ ତାହାର ମାତ୍ର ୧୭ ମିଟର ଅଂଶ ପାଣି ଉପରେ ରହି ସ୍ଥିରତା ଆଣିବାକୁ ମଧ୍ୟ ସକ୍ଷମ। ୭୦୦ ଟନ୍‌ ଓଜନର ଏହି ଜାହାଜଟିରେ ୫୦ ଟନ୍‌ ଓଜନର ଯନ୍ତ୍ରପାତି ଏବଂ ୫ ଜଣ ନାବିକ ଓ ୧୦ ଜଣ ବୈଜ୍ଞାନିକଙ୍କୁ ବହନ କରିବାର ବ୍ୟବସ୍ଥା ରହିଛି। ସମାନ୍ତରାଳ ଅବସ୍ଥାରୁ ସଂପୂର୍ଣ୍ଣ ଲମ୍ବ ଅବସ୍ଥାରେ ତାହାକୁ ଆନତ କରିବା ପାଇଁ ଅଧ ଘଣ୍ଟାରୁ କମ୍‌ ସମୟ ଲାଗୁଥିବା ଏହି ଜାହାଜ ଭିତରେ ଢଳି ଢଳି ଚଳପ୍ରଚଳ କରିବାରେ ଭୀଷଣ ଅସୁବିଧା ହୋଇଥାଏ। ବିଶେଷ କରି ଏହା ଲମ୍ବ ଭାବରେ ରହିଲା ବେଳେ ଏହାର କବାଟ ଝରକାଗୁଡ଼ିକ ଓଲଟିଲା ପରି ଜଣାପଡ଼େ। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ ଗବେଷଣା ପାଇଁ ଉଦ୍ଦିଷ୍ଟ ଥିବାରୁ ତାହା ଭିତରେ ଗବେଷକମାନେ ନିଜକୁ ଖାପ ଖୁଆଇ ନେଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe