ଜୟମାଳା ପିନ୍ଧାଉଥିଲେ ବର, ଚାପୁଡ଼ା ଉପରେ ଚାପୁଡ଼ା ମାରି ବିବାହ ମଣ୍ଡପରୁ ତଳକୁ ପଳାଇଲେ କନ୍ୟା

Advertisment
ଜୟମାଳା ପିନ୍ଧାଉଥିଲେ ବର, ଚାପୁଡ଼ା ଉପରେ ଚାପୁଡ଼ା ମାରି ବିବାହ ମଣ୍ଡପରୁ ତଳକୁ ପଳାଇଲେ କନ୍ୟା

www.aajtak.in

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହିମରପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ବିବାହ ସମୟର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ଜୟମାଳା ପିନ୍ଧଉଥିବା ବେଳେ କନ୍ୟା ଜଣକ ବରକୁ ଜବରଦସ୍ତ ଚାପୁଡ଼ା ମାରି ଚାଲିଛନ୍ତି। ଭାଇରାଲ୍‌ ଭିଡିଓଟି ଲଲ୍ପୁରା ଥାନା ଅଧୀନର ବୋଲି ଜାଣିବାକୁ ମିଳିଛି।

ଖବରରୁ ଜାଣିବାକୁ ମିଳିଛି ଯେ ଜାଲୌନ ଜିଲ୍ଲାର ବର ଜଣକ ନିଜ ବାହାଘରକୁ ମଦ୍ୟପାନ କରି ଆସିଥିଲେ। ଜୟମାଳା ରୀତି ସମୟରେ ସେ ମଦ୍ୟପାନ କରିଛନ୍ତି ବୋଲି ଜାଣିବା ପରେ ରାଗି ଯାଇଥି‌ଲେ କନ୍ୟା। ତାପରେ ସେ ବରଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ।

ବରଙ୍କ ନାମ ରବିକାନ୍ତ ବୋଲି ଜାଣିବାକୁ ମିଳିଛି। ରବିକାନ୍ତ ନିଜ ଗାଁ ସ୍ବାସାରୁ ବରଯାତ୍ରୀ ନେଇ ବାହାରିଥିଲେ। ବ୍ୟାଣ୍ଡ୍‌ ବାଜା ବାରତ ସହ କନ୍ୟାଙ୍କ ଦୁଆରେ ପହଞ୍ଚିଲେ ବର। ବରଯାତ୍ରୀଙ୍କୁ କନ୍ୟା ପକ୍ଷ ଖୁବ୍ ଧୁମ୍‌ଧାମ୍‌ରେ ସ୍ବାଗତ କରିଥିଲେ।

ବିବାହ କାର୍ଯ୍ୟ ଆରମ୍ଭ ହୋଇଗଲା। ମାତ୍ର ଯେତେବେଳେ ଜୟମାଳା ପିନ୍ଧାଇବା ସମୟ ଆସିଲା ତ କନ୍ୟା ଜଣକ ବରକୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ। ନିଜେ ବିବାହ ମଣ୍ଡପରୁ ଉହ୍ଲାଇ ତଳକୁ ପଳାଇଲେ। ଲୋକେ ହଠାତ ଆଶ୍ଚର୍ଯ୍ୟ ହୋଇଗଲେ। କେହି ବି ଜାଣି ପାରିଲେ ନାହିଁ ଯେ ଏପରି ଅଚାନକ କନ୍ୟା ଜଣକ ବରଙ୍କୁ କାହିଁକି ଚାପୁଡ଼ା ମାରିଲେ। ସେହି ମଧ୍ୟରେ କିଛି ଲୋକ କହିଲେ ଯେ ବର ଜଣକ ମଦ୍ୟପାନ କରିଥିବାରୁ ଚାପୁଡ଼ା ମାରିଥିଲେ କନ୍ୟା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe