ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ବଦଳିବ ତାହା କେହି କହି ପାରିବେ ନାହିଁ। ଭାଗ୍ୟ ବଳରେ ଆଜି ଧନୀ ଥିବା ବ୍ୟକ୍ତି କାଲି ସକାଳେ ଗରିବ ପାଲଟି ପାରେ। ସେହିପରି ଭାଗ୍ୟ ସାତ ଦେଲେ ଗରିବ ଲୋକଟି ରାତାରାତି ଧନୀ ହୋଇଯାଇପାରେ। ଏମିତି ଅନେକ ଉଦାହରଣ ସାମଜରେ ଦେଖିବାକୁ ମିଳିଛି।
ସମ୍ପ୍ରତି ଚଣ୍ଡିଗଡ଼ ବାସିନ୍ଦା ରତନ ଢିଲୋନଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି।ରତନ ଘର ସଫା କରିବା ସମୟରେ ଏପରି କାଗଜପତ୍ର ପାଇଛନ୍ତି ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି।
ରତନ ଢିଲୋନ୍ ଘର ସଫା କରିବା ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୩୭ ବର୍ଷ ପୁରୁଣା ସେୟାର ପାଇଛନ୍ତି। ଯାହାର ମୂଲ୍ୟ ବର୍ତ୍ତମାନ ସମୟରେ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରତନ ଢିଲୋନ୍ ତାଙ୍କର ପୁରୁଣା ଡକ୍ୟୁମେଣ୍ଟ ଖୋଜୁଥିବା ସମୟରେ ତାଙ୍କୁ ୧୯୮୭ ମସିହାରେ କିଣିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କିଛି ସେୟାର ମିଳିଥିଲା। ସେ ସମୟରେ ସେୟାରଗୁଡ଼ିକ ମୂଲ୍ୟ ନାମକୁ ମାତ୍ର ଥିଲା। ତେଣୁ ରତନ ଉକ୍ତ ସେୟାର କିଣିଥିବା କଥା ଭୁଲି ଯାଇଥିଲେ। କିନ୍ତୁ ୩୭ ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଦ୍ଭୁତ ଅଭିବୃଦ୍ଧି ଯୋଗୁଁ, ଆଜି ୩୭ ବର୍ଷ ତଳର ସେୟାର ମୂଲ୍ୟ ୧୧ ଲକ୍ଷ ଟଙ୍କାରେ ପହଞ୍ଚିଛି।
Follow Us