ହ୍ୟାଣ୍ଡ୍‌ୱାସ ଓ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି ତ ? ବିଶିଷ୍ଟ ଚିକିତ୍ସକ ଡା.ରମାକାନ୍ତ ପଣ୍ଡା ଶିଖାଉଛନ୍ତି ଆଦର୍ଶ ପଦ୍ଧତି, ଦେଖନ୍ତୁ ଭିଡିଓ

Advertisment
ହ୍ୟାଣ୍ଡ୍‌ୱାସ ଓ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରୁଛନ୍ତି ତ ? ବିଶିଷ୍ଟ ଚିକିତ୍ସକ ଡା.ରମାକାନ୍ତ ପଣ୍ଡା ଶିଖାଉଛନ୍ତି ଆଦର୍ଶ ପଦ୍ଧତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ପାଇଁ ସାରା ବିଶ୍ବ ଆତଙ୍କିତ। ଲୋକଙ୍କ ସାହା ପାଲଟିଛି ଫେସ୍‌ ମାସ୍କ, ହ୍ୟାଣ୍ଡ୍‌ୱାସ୍‌ ଓ ହ୍ୟାଣ୍ଡ୍‌ ସାନିଟାଇଜର୍‌। ସଚେତନ ରହିବା ଦ୍ବାରା ଏହି ମହାମାରୀ ଭାଇରସ୍‌କୁ ଦୂରେଇ ଦିଆ ଯାଇପାରେ। ହ୍ୟାଣ୍ଡ୍‌ୱାସ୍‌ ଓ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରିବେ କିପରି? ଅଧିକାଶଂ ଲୋକ ସାନିଟାଇଜର୍‌ରୁ କେଇ ବୁନ୍ଦା ହାତରେ ପକାଇ ପାପୁଲିରେ ପାପୁଲି ଘସି ଦେଇଥାନ୍ତି। ମାତ୍ର ଜାଣିରଖନ୍ତୁ ଯେ ଏପରି କରିବା ଦ୍ବାରା ସଂପୂର୍ଣ୍ଣ କୀଟାଣୁ ନାଶ ହୋଇ ନ ଥାଏ।

ଏ ନେଇ ମୁମ୍ବାଇସ୍ଥିତ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ପଣ୍ଡା ୟୁଟ୍ୟୁବ୍‌ରେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ‘ହ୍ୟାଣ୍ଡ୍‌ୱାସ୍‌ ଆଣ୍ଡ୍‌ ଆଲ୍‌କହଲ ହ୍ୟାଣ୍ଡ୍‌ ସାନିଟାଇଜେସନ୍‌ ଟେକ୍‌ନିକ୍‌’ ଅର୍ଥାତ ହାତକୁ ହ୍ୟାଣ୍ଡ୍‌ୱାସ୍‌ କିମ୍ବା ସାନିଟାଇଜର୍‌ରେ ଧୋଇବାରର ଆଦର୍ଶ ପଦ୍ଧତି ସଂପର୍କରେ ଅବଗତ କରାଇଛନ୍ତି।

ତାଙ୍କ କହିବା ମୁତାବକ, ପ୍ରଥମେ ହାତରେ ହ୍ୟାଣ୍ଡ୍‌ୱାସ୍ କିମ୍ବା ସାନିଟାଇଜର୍‌ ନେଇ ପାପୁଲି ସହ ପାପୁଲିକୁ ଘସନ୍ତୁ। ଦ୍ବିତୀୟ ପର୍ଯ୍ୟାୟରେ ପାପୁଲି ସହ ପାପୁଲିର ପଛ ଭାଗକୁ ସ୍ପର୍ଶ କରନ୍ତୁ ଓ ଘସନ୍ତୁ । ତୃତୀୟରେ ହାତ ପାପୁଲିର ଅଗ୍ରପାର୍ଶ୍ବକୁ ଆଙ୍ଗୁଠିରେ ଆଙ୍ଗୁଠି ଲଗାଇ ଚାରିଆଡ଼ ସଫା କରନ୍ତୁ। ଚତୁର୍ଥରେ ଆଙ୍ଗୁଠିରେ ଆଙ୍ଗୁଠିକୁ ଛନ୍ଦି ଦିଅନ୍ତୁ ଓ ସଫା କରନ୍ତୁ । ପଞ୍ଚମରେ ବୁଢ଼ା ଆଙ୍ଗୁଠିକୁ ସଫା କରନ୍ତୁ ଓ ଷଷ୍ଠରେ ନଖକୁ ସଫା କରନ୍ତୁ। ଏପରି ସଫା କରିବା ଦ୍ବାରା ହାତର କୋଣଅନୁକୋଣ ସଫା ହେବା ସହ ଭୂତାଣୁ ଓ ଜୀବାଣୁ କୌଣସି ସନ୍ଧି କିମ୍ବା କୋଣରେ ଥିଲେ ବି ନିପାତ ହୁଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe